ପଳାତକ ନୀରବ ମୋଦିଙ୍କ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ପିଏନ୍‌ବି ମହାଘୋଟାଲାର ଆଉ ଜଣେ ସୁତ୍ରଧର ନୀରବ ମୋଦିର ଜାମିନ ଆବେଦନ ଖାରଜ । ଲଗାତାର ୧୦ମ ଥର ପାଇଁ ବେଲ୍ ପିଟିସନ୍‌କୁ ଅଗ୍ରାହ୍ୟ କରିଛନ୍ତି ଲଣ୍ଡନ ହାଇକୋର୍ଟ । ୨୦୧୯ ମାର୍ଚ୍ଚ ୧୯ରୁ ବ୍ରିଟେନ୍ ଜେଲରେ ବନ୍ଦୀ ଅଛନ୍ତି ନୀରବ ମୋଦି । ଭାରତ ସରକାର ଆଶଙ୍କା ପ୍ରକାଶ କରିଥିଲେ ଯେ ଯଦି ନୀରବ ମୋଦିଙ୍କୁ ଜାମିନ ଦିଆଯାଏ, ତେବେ ସେ ପୁଣି ଫେରାର୍ ହୋଇପାରନ୍ତି। କୋର୍ଟ ଏହି ଯୁକ୍ତିକୁ ଗମ୍ଭୀରତାର ସହ ନେବା ସହ ଜାମିନ ଆବେଦନକୁ ଖାରଜ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନୀରବ ମୋଦି ଲଣ୍ଡନ ହାଇକୋର୍ଟରେ ପ୍ରତ୍ୟର୍ପଣ ଅନୁରୋଧ ଉପରେ ନିଷ୍ପତ୍ତି ଆସିବା ଯାଏଁ ଜେଲରୁ ମୁକୁଳିବାକୁ ଜାମିନ ଆବେଦନ କରିଥିଲେ । ବେଲ୍ ପିଟିସନ୍ ଖାରଜ ହୋଇଥିବା ନେଇ ସିବିଆଇ ପକ୍ଷରୁ ସୂଚନା ମିଳିଛି । ତାଙ୍କର ୧୦ମ ଥର ଦାୟର ହୋଇଥିବା ଜାମିନ ଆବେଦନ ଯାହା ଅଗ୍ରାହ୍ୟ କରିଛନ୍ତି ୟୁକେ ହାଇକୋର୍ଟ ଜଷ୍ଟିସ୍ କିଙ୍ଗଙ୍କ ଖଣ୍ଡପୀଠ ।
ପିଏନ୍‌ବି ମହାଘୋଟାଲାର ଅନ୍ୟତମ ପଳାତକ ହୀରା ବ୍ୟବସାୟୀ ମୋହୁଲ ଚୋକସୀ କିଛି ଦିନ ତଳେ ବେଲଜିୟମରୁ ଗିରଫ ହୋଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ଘୋଟାଲାର ସୁତ୍ରଧର ମେହୁଲ ଚୋକସୀ । ଭାରତୀୟ ତଦନ୍ତ ଏଜେନ୍ସିର ପ୍ରତ୍ୟର୍ପଣ ଆବେଦନ ପରେ ଗତ ଏପ୍ରିଲ ୧୨ରେ ବେଲଜିୟମ ପୋଲିସ ମୋହୁଲକୁ ଗିରଫ କରିଥିଲା । କୋଟି କୋଟି ଟଙ୍କା ଋଣ ଜାଲିଆତି କରି ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲା । ଖୁବଶୀଘ୍ର ମେହୁଲକୁ ଭାରତ ପ୍ରତ୍ୟର୍ପଣ ନେଇ ପ୍ରସ୍ତୁତି ଜାରି ରହିଛି ।

  • Garvita Odia

    Related Posts

    ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

    ନୂଆଦିଲ୍ଲୀ: ଭେଟରାନ ସିପିଏମ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ ଆଉ ନାହାନ୍ତି। ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଅଚ୍ୟୁତାନନ୍ଦଙ୍କୁ ୧୦୧ ବର୍ଷ ହୋଇଥିଲା। ଜୁନ…

    ବିମାନ ଆଜି ଦୁର୍ଘଟଣା: ୧୬ ପିଲା, ୨ ଶିକ୍ଷକ ଓ ପାଇଲଟ ମୃତ

    ବାଂଲାଦେଶ ବାୟୁ ସେନାର ଗୋଟିଏ ଟ୍ରେନିଂ ବିମାନ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉଡ଼ାଣର କିଛି ସମୟ ପରେ ଏହା ରାଜଧାନୀ ଢାକାରେ ଥିବା ଗୋଟିଏ ସ୍କୁଲ ବିଲଡିଂରେ ପିଟି ହୋଇ ଜଳି ଯାଇଛି। ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ…

    Leave a Reply

    Your email address will not be published. Required fields are marked *

    You Missed

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଦାଦା, ଖୁଡି, ଭଉଣୀକୁ ହାଣିଲା ପୁତୁରା, ୨ ମୃତ

    ଦାଦା, ଖୁଡି, ଭଉଣୀକୁ  ହାଣିଲା ପୁତୁରା, ୨ ମୃତ

    ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

    ଆଉ ନାହାନ୍ତି  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ