
ଛତ୍ରପୁର: ଛତ୍ରପୁର ବାଇପାସ୍ରେ ସ୍କୁଟି କଣ୍ଟେନରରେ ଆକସ୍ମିକ ନିଆଁ ଲାଗି ସମସ୍ତ ସ୍କୁଟି ପୋଡିଯାଇଛି । ଘଟଣା ସ୍ଥଲରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ମଧ୍ୟରେ କଣ୍ଟେନେରରେ ଥିବା ୩୦ଟି ସ୍କୁଟି ଜଳିଯାଇଛି ।
ସୂଚନା ମୁତାବକ, କଣ୍ଟେନରଟି ସ୍କୁଟି ବୋଝେଇ କରି ପ୍ରତାପଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଉଥିଲା । ଏହି ସମୟରେ ବାଇପାସ୍ରେ ଉଜଳେଶ୍ୱରୀ ମନ୍ଦିର ନିକଟରେ ଏହି ଘଟଣା ଘଟିଥିଲା । ହଠାତ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ଭିତରେ ସମସ୍ତ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିଲା ।