ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି, : ମାଓ ସଙ୍ଗଠନରୁ ମୁହଁ ଫେରାଉଛନ୍ତି ନକ୍ସଲ। ହିଂସା ପଥ ଛାଡ଼ି ଅସ୍ତ୍ର ଛାଡ଼ିଲେ ୧୨ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ମୁଣ୍ଡ ଉପରେ ମୋଟ ୨୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର। ସୁରକ୍ଷା ବାହିନୀର ଲଗାତାର ମାଓ ବିରୋଧୀ ଅଭିଯାନ ଦ୍ବାରା ହତୋତ୍ସାହିତ ହୋଇ ସଙ୍ଗଠନର ଆଭିମୁଖ୍ୟ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି। ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପ୍ୟାକେଜ୍ ମଧ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଛି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମାଓ ସଙ୍ଗଠନର ବଡ଼ ନେତାଙ୍କ ମୃତ୍ୟୁ ପରେ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏହା ସହ ପୁଲିସ ପକ୍ଷରୁ ଘନ ଘନ କମ୍ଵିଂ ଅପରେସନ ଯୋଗୁଁ ମାଓବାଦୀମାନେ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରୁଛନ୍ତି। ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ୧୦୦୫ ଜଣ ନକ୍ସଲ ହିଂସାର ପଥ ଛାଡି ଆତ୍ମସମର୍ପଣ କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ୨୦୫ ଜଣ ପୁରସ୍କୃତ ନକ୍ସଲ ମଧ୍ୟ ସାମିଲ ଅଛନ୍ତି । ଆଗକୁ ଆହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

  • Garvita Odia

    Related Posts

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ…

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ନୂଆଦିଲ୍ଲୀ: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧