ଇକୋରିଟ୍ରିଟ୍‌: ବୁକିଂ ଶୁଳ୍କରେ ପରିବର୍ତ୍ତନ

ଭୁବନେଶ୍ୱର : ଡିସେମ୍ବର ପହିଲାରୁ ସାମୁଦ୍ରିକ ବେଳାଭୂମି ଏବଂ ଜଙ୍ଗଲ ପରିବେଶପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ୟ୍ୟସ୍ଥଳରେ ଜମିବ ଇକୋରିଟ୍ରିଟ। ଚଳିତ ବର୍ଷ ମଧ୍ୟବିତ୍ତ ପର୍ୟ୍ୟଟକଙ୍କୁ ସୁହାଇବା ଭଳି ଏବର୍ଷ ଇକୋରିଟ୍ରିଟ୍‌ରେ ବୁକିଂ ଶୁଳ୍କରେ ପରିବର୍ତ୍ତନ କରାଯାଇଛି। କୋଣାର୍କ ଇକୋରିଟ୍ରିଟ୍‌ରେ ୭୦ଟି ବିଳାସପୂର୍ଣ୍ଣ ଟେଣ୍ଟ ନିର୍ମାଣ କରାଯିବ। ଡିଲକ୍ସ ପାଇଁ ସର୍ବନିମ୍ନ ବୁକିଂ ଶୁଳ୍କ ୫,୦୦୦ଟଙ୍କା ରଖାଯାଇଥିବାବେଳେ ପ୍ରିମିୟମରେ ୬,୫୦୦ଟଙ୍କା, ରୟାଲ ପାଇଁ ୧୦,୦୦୦ ଓ ରେସିଡେନ୍ସ ପାଇଁ ୨୦,୦୦୦ଟଙ୍କାର ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି। ଇକୋରିଟ୍ରିଟ୍‌ରେ ଭ୍ରମଣ ସାଙ୍ଗକୁ ମଜା ନେବା ପାଇଁ ଅକ୍ଟୋବରରୁ ଅନଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଚଳିତବର୍ଷ କୋଣାର୍କ, ଦାରିଙ୍ଗବାଡି, ହୀରାକୁଦ, ସାତକୋଶିଆ, ଭିତରକନିକା, ପତିସୋନାପୁର ଏବଂ ପୁଟସିଲ୍‌ରେ ଇକୋରିଟ୍ରିଟ୍‌ କରାଯିବ। ଅନ୍ୟ ୫ଟି ପର୍ୟ୍ୟଟନସ୍ଥଳରେ ଡିଲକ୍ସ ପାଇଁ ୨୫ ଓ ପ୍ରିମିୟମ ପାଇଁ ୨୫ଟେଣ୍ଟ କରାଯିବ। ହୀରାକୁଦ ପର୍ୟ୍ୟଟନସ୍ଥଳରେ କେବଳ ପ୍ରିମିୟମ ଟେଣ୍ଟ ନିର୍ମାଣ କରାଯିବ। କୋଣାର୍କକୁ ଛାଡ଼ିଦେଲେ ଡିଲକ୍ସ ବୁକିଂ ପାଇଁ ୪,୦୦୦ଟଙ୍କା ଓ ପ୍ରିମିୟମ ବୁକିଂ ପାଇଁ ୫,୦୦୦ଟଙ୍କା ରଖାଯାଇଛି। ପର୍ୟ୍ୟଟକ ସେଠାରେ ରାତ୍ରିଯାପନ କରିବା ସହ ସୁସ୍ବାଦୁ ଦେଶୀୟ ଖାଦ୍ୟର ମଜା ନେବେ। ଗତବର୍ଷ ତୁଳନାରେ ଇକୋ ରିଟ୍ରିଟ୍‌କୁ ଏଥର ଅଧିକ ସଂଖ୍ୟକ ପର୍ୟ୍ୟଟକ ଭ୍ରମଣରେ ଆସିବା ନେଇ ବିଭାଗ ଆଶା ରଖିଛି।

  • Related Posts

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୩ ଅଗଷ୍ଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ…

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଭୁବନେଶ୍ୱର: ଏଥର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟର ୧୧୫ଟି ସହରାଞ୍ଚଳରେ ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏଥିପାଇଁ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ,…

    Leave a Reply

    Your email address will not be published. Required fields are marked *

    You Missed

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଲଘୁଚାପ:  ୧୨ରୁ ପ୍ରବଳ ବର୍ଷିବ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

    ଇସି ତାଲିକାରୁ ୩୩୪ ଦଳ ବାଦ୍‌

    ଇସି ତାଲିକାରୁ ୩୩୪ ଦଳ ବାଦ୍‌