ଏଫଏମ୍‌ କଲେଜ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି

ଭୁବନେଶ୍ୱର : ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ନିର୍ୟାତନା ମାମଲାର ତଥ୍ୟ ଅନୁଧ୍ୟାନ ପାଇଁ କମିଟି ଗଢ଼ିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏହି ତଥ୍ୟ ଅନୁଧ୍ୟାନ କମିଟିରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଅଧ୍ୟକ୍ଷା ରହିଥିବା ବେଳେ ନାରୀ ନ୍ୟାୟ ବାହିନୀର ଆବାହକ ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ବିଧାୟକ ସୋଫିଆ ପିର୍ଦ୍ଦୋଶ, ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠୀ, ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଣତି ମିଶ୍ର, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ସମ୍ପାଦିକା ଡା. ଦେବସ୍ମିତା ଶର୍ମା ଓ ମହିଳା କଂଗ୍ରେସ ନେତ୍ରୀ ସୁସ୍ମିତା ଘୋଷାଲ ପ୍ରମୁଖ ସଭ୍ୟ ଭାବେ ରହିଛନ୍ତି ।

ଏହି କମିଟି ଆଜି ବାଲେଶ୍ୱର ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଦାଖଲ କରିବାକୁ ପିସିସି ମିଡିଆ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

  • Garvita Odia

    Related Posts

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଭୁବନେଶ୍ବର: ଯେକୌଣସି ଦଳ ହେଉ, ଯେଉଁମାନେ ମହିଳା ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢିବ ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ। ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ। ଯେଉଁଥିପାଇଁ ସେ ଜୀବନ ହାରିଲା। ଏହା ଜନତାଙ୍କ ପ୍ରତିକ୍ରିୟା। ଆମେ…

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । FM କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ, ବିଜେଡ଼ି ସରକାର ୨୪ବର୍ଷ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧