କପିଳେଶ୍ୱର ରାସ୍ତାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ବାବୁ ସିଂ

ଭୁବନେଶ୍ୱର:ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ବିଜୟୀ ହେବା ପରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ଏକାମ୍ର ର ଭିତିଭୁମିକୁ ସୁଦୃଢ କରିବା ପାଇଁ ସମସ୍ତ ବାଧାବିଘ୍ନ ଦୂର କରାଯିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ କରାଯିବ । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ରାଧାରମଣ କଲୋନୀ – କୁମ୍ଭାର ସାହି ରାସ୍ତା କାର୍ୟ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ବାବୁ ସିଂ । ସ୍ଥାନୀୟ ଜନସାଧାରଣ ଅଭିଯୋଗ ଥିଲା ଏହି ରାସ୍ତା ର ନିର୍ମାଣ ପାଇଁ ତେଣୁ ଏହି ରାସ୍ତା ନିର୍ମାଣ ଖୁବ୍ ଜଲ୍ଦୀ ସରିବ। ଏହି ରାସ୍ତା ପୁରୁଣା ଭୁବନେଶ୍ୱର, ସାମନ୍ତରାପୁର, ପୁରୀ ଯିବା ପାଇଁ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରନ୍ତି ଏଥିପାଇଁ ପ୍ରତିଦିନ ଏହି ସ୍ଥାନରେ ଅତ୍ୟଧିକ ରାସ୍ତା ଯାମ ଦେଖିବାକୁ ମିଳେ ଓ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ରାସ୍ତା ହେବା ଦ୍ଵାରା ଗାଡ଼ି ଗୁଡ଼ିକ ଗୋଟିଏ ପଟେ ଯିବା ସହ ଅନ୍ୟ ପଟେ ଫେରିବେ ଏହା ଦ୍ଵାରା ଆଉ ଟ୍ରାଫିକ ସମସ୍ୟା ଦେଖାଯିବ ନାହିଁ ।
ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ।ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ୟ୍ୟ ଆରମ୍ଭ ହୋଇସାରିଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି । ଅତୀତର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ବାଧାପ୍ରାପ୍ତ ହେଉଥିଲା। ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।ଏକାମ୍ର ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଏକାମ୍ର ବିଧାୟକ ବାବୁ ସିଂ ଏକାମ୍ର ବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।ଆଜିର ଏହି କାର୍ୟ୍ୟକ୍ରମ ରେ ସ୍ଥାନୀୟ ନେତୃତ୍ୱ ସୁରେନ୍ଦ୍ର ପ୍ରଧାନ, ସୁଭାଷିନୀ ପୃଷ୍ଟି, ଜୟକୃଷ୍ଣ ମଲ୍ଲିଆ, ସୁରୀୟକାନ୍ତ ମଲ୍ଲିଆ, ଭବାନୀ ଶଙ୍କର ମଲ୍ଲିଆ, ବରଦା ପଟ୍ଟନାୟକ, ଅଶୋକ ମହାରଣା, ରବି ପ୍ରସାଦ ପଟ୍ଟନାୟକ, ସୁନିଲ ପ୍ରଧାନ, ଲିଙ୍ଗରାଜ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗାର ୧୫ ବର୍ଷୀୟ ଝିଅ ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାଜ୍ୟର ରାଜନୈତକ ମହଲରେ ଚାପା ଉତ୍ତେଜନା ଦେଖାଯାଇଛି। ରାଜଧାନୀ ଭୁବନେଶ୍ବରରୁ ବଳଙ୍ଗା ପର୍ୟ୍ୟନ୍ତ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଏହାରି ମଧ୍ୟରେ ପୀଡ଼ିତାଙ୍କ ବାପା…

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ଭୁବନେଶ୍ବର: ଏଣିକି ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉ…

    Leave a Reply

    Your email address will not be published. Required fields are marked *

    You Missed

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ   : ଭକ୍ତ

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ

    ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ