
ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମଧୁପଲ୍ଲୀ ପଞ୍ଚାୟତ ଜିଲୁଣ୍ଡା ଗାଁର ଜଣେ ନାବାଳକ କୂଅରେ ପଡି ପ୍ରାଣ ହରାଇଛନ୍ତି । ମୃତ ନାବାଳକ ଜଣକ ହେଲେ ବସନ୍ତ କରଣଙ୍କ ପୁଅ ଦ୍ବିତିକୃଷ୍ଣ କରଣ ।
ସୂଚନା ମୁତାବକ, ଜିଲୁଣ୍ଡା ଗ୍ରାମର ଦ୍ବିତିକୃଷ୍ଣ କରଣ ନାମକ ଜଣେ ନାବାଳକ କୂଅରେ ପଡି ଯାଇଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।