ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

କୋକସରା: କଳାହାଣ୍ଡି ଜିଲା କୋକସରା ବ୍ଳକ ଆମପାଣି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଆମପାଣି ଥାନା ଅଞ୍ଚଳର ଜଣେ ୧୨ ବର୍ଷର ନାବାଳିକା ଗାଁ ନିକଟସ୍ଥ ଝରଣାକୁ ଗାଧୋଇବା ପାଇଁ ଯାଇଥିଲେ। ସେତିକିବେଳେ ବାଘଝରଣ ଗାଁର ନକୁଳ ବେହେରା(୨୨) ନାବାଳିକାଙ୍କୁ ଏକୁଟିଆ ଦେଖି ବଳାତ୍କାର କରିଥିଲେ।
ନାବାଳିକା ଜଣକ ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପରିବାର ଲୋକେ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ସମ୍ପୃକ୍ତ ଯୁବକଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଅନ୍ୟପକ୍ଷେ ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଛି। ଏନେଇ ଆମପାଣି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

  • Garvita Odia

    Related Posts

    ପୁଅ ମାଡ଼ରେ ମାଆ ମୃତ

    ପଟ୍ଟାମୁଣ୍ଡା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବିଷ୍ଣୁପୁର ଗାଁରେ ପୁଅ ମାଡ଼ରେ ମାଆ ମୃତ । ପୁଅ, ବୋହୂଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ମାଆର ଜୀବନ । ପୁଲିସ ଅଭିଯୁକ୍ତ ପୁଅ ମନୋଜ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।…

    ଜଗତସିଂହପୁର ଗଣଦୁଷ୍କର୍ମ :ମୁଖ୍ୟ ଅଭିଯୁକ୍ତ ଗିରଫ

    ଜଗତସିଂହପୁର: ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଛି। ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଏନେଇ ସୂଚନା ଦେଇଛନ୍ତି ଏସପି ଭବାନୀ ଶଙ୍କର ଉଦଗାତା। ସୂଚନାଯୋଗ୍ୟ, ଜଗତସିଂହପୁରରେ ଗତକାଲି ରାତିରେ ଜଣେ ୧୮…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା