ଚିନ୍ମୟ ସାହୁଙ୍କୁ ଯୁବ ଓ ଇପ୍ସିତା ସାହୁଙ୍କୁ ଛାତ୍ର ବିଜେଡି ଦାୟିତ୍ୱ

ଭୁବନେଶ୍ୱର: ବିଳମ୍ବ ହେଲେ ମଧ୍ୟ ଛାମୁଆ ସଂଗଠନର ପୁନର୍ବିନ୍ୟାସ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁଙ୍କୁ ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛି ଦଳ । ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସାଧାରଣ ସମ୍ପାଦିକା ତଥା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରୀ ସଂସଦ ସଭାନେତ୍ରୀ ଇପ୍ସିତା ସାହୁ ଛାତ୍ର ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ପ୍ରାୟ ବର୍ଷେ ପରେ ପୁନଃ ନିଯୁକ୍ତି ପାଇଛନ୍ତି ବିଜେଡିର ଯୁବ ଓ ଛାତ୍ର ସଂଗଠନର ସଭାପତି । ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳ (BYJD)ର ସଭାପତି ନିଯୁକ୍ତ ହୋଇଛନ୍ତି । ସେହିପରି ଇପ୍ସିତା ସାହୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ନିଯୁକ୍ତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି । ଏହା ସହିତ ଉଭୟ ଯୁବ ଓ ଛାତ୍ର ସଂଗଠନରେ ଜଣେ ଲେଖାଏଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଓ ୩ ଜଣ ଲେଖାଏଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି ନବୀନ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳ (BYJD)ର ବରିଷ୍ଠ ସାଧାରଣ ସଂପାଦକ (ଯୁବ ବ୍ୟାପାର) ନିଯୁକ୍ତ ହୋଇଛନ୍ତି । ରାଜେନ୍ଦ୍ର କୁମାର ସାହୁ, ଅମରେଶ ପତ୍ରୀ ଓ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ନିଯୁକ୍ତ ହୋଇଛନ୍ତି ।

ସେହିପରି ବିଜୁ ଛାତ୍ର ଜନତା ଦଳ (BCJD) ର ବରିଷ୍ଠ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ଭାବେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ନିଯୁକ୍ତ କରାଯାଇଛି । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସାଧାରଣ ସଂପାଦକ (ଛାତ୍ର ବ୍ୟାପାର) ନିଯୁକ୍ତ କରିଛନ୍ତି ବିଜେଡି ସଭାପତି । ନାଁ ଘୋଷଣା ପରେ ବିଜେଡି ସଭାପତିଙ୍କୁ ନବୀନ ନିବାସରେ ଭେଟିଛନ୍ତି ଚିନ୍ମୟ ଓ ଇପ୍ସିତା ।

  • Related Posts

    ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି: ବଦ୍ରି ପାତ୍ର

    ଭୁବନେଶ୍ବର: ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି। ଶୀର୍ଷ ନେତୃତ୍ୱ ପ୍ରତି ଆସ୍ଥା ସୃଷ୍ଟି…

    Continue reading
    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    ଭୁବନେଶ୍ବର: ବିଜୁ ଯୁବ ଜନତା ଦଳ ସଭାପତି ଦାୟିତ୍ୱ ପାଇବା ପରେ ଦଳୀୟ ନେତାଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଚିନ୍ମୟ ସାହୁ । ଏହାସହ ଦଳକୁ ଆହୁରି ସୁଦୃଢ କରିବାକୁ ଆଲୋଚନା କରିଛନ୍ତି । ଏହାପରେ ପ୍ରତିକ୍ରିୟା ରଖି ଚିନ୍ମୟ ସାହୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର