
କେନ୍ଦୁଝର: ଘର ଭିତରେ କୁନି ଝିଅକୁ ଛାଡି ଝୁଲି ପଡିଲେ ବାପା ଓ ମା’ । କେନ୍ଦୁଝର ଜିଲା ସଦର ଥାନା ଯୋଗୀମଠ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁସାରେ ବାପା ମା ଘରେ କୁନି ଝିଅଟିକୁ ଛାଡି ଘର ପାଖ ଗଛରେ ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।