ଟ୍ରାଫିକ୍‌ ସବ୍‌-ଇନ୍ସପେକ୍ଟର ପଦବି ପୂରଣ ମାମଲା, ୩ଟି ପଦ ପୂରଣ ନ କରିବାକୁ ନିର୍ଦ୍ଦେଶ

କଟକ: ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ରେ ୨୧ଟି ସବ୍‌-ଇନ୍ସପେକ୍ଟର (ଟ୍ରାଫିକ୍‌) ପଦ ମଧ୍ୟରୁ ୫୦% ପଦ ବିଭାଗୀୟ ପଦୋନ୍ନତି ଆଧାରରେ ଏବଂ ବାକି ୫୦% ପଦରେ ସିଧାସଳଖ ନିଯୁକ୍ତି ଦେବାକୁ ହାଇକୋର୍ଟର ଜଣକିଆ ବିଚାରପତି ଦେଇଥିବା ଆଦେଶକୁ ଚାଲେଞ୍ଜ୍‌ କରି ରୁଜୁ ମାମଲାରେ ହାଇକୋର୍ଟ ଖଣ୍ଡପୀଠ ଅନ୍ତରୀଣ ଆଦେଶରେ ତିନୋଟି ପଦ ପୂରଣ ନକରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣକିଆ ବିଚାରପତିଙ୍କ ଆଦେଶକୁ ଚାଲେଞ୍ଜ୍‌ କରି ରାଜ୍ୟ ସରକାର ହାଇକୋର୍ଟକୁ ଆସିଥିଲା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ୍‌କୋର୍ଟରେ ରୁଜୁ ସ୍ୱତନ୍ତ୍ର ଲିଭ୍‌ ପିଟିସନ୍‌ର ପରବର୍ତ୍ତୀ ଶୁଣାଣି ନ ହେବା ପର୍ୟ୍ୟନ୍ତ ଏହି ୩ଟି ପଦବି ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

୨୧ଟି ଟ୍ରାଫିକ୍‌ ସବ୍‌-ଇନ୍ସପେକ୍ଟର ପଦବି ପୂରଣ ପାଇଁ ଏସ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୧ଟି ଯାକ ସିଧାସଳଖ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା । ଏହାକୁ ଚାଲେଞ୍ଜ୍‌ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଜଣକିଆ ବିଚାରପତି ୨୦୨୪ ନଭେମ୍ବର ୨୭ରେ ୨୧ଟି ପଦ ମଧ୍ୟରୁ ୫୦% ପଦବିରେ ବିଭାଗୀୟ ପଦୋନ୍ନତି ଆଧାରରେ ଏବଂ ବାକି ୫୦% ପଦରେ ସିଧାସଳଖ ନିଯୁକ୍ତି ଦେବାକୁ କହିଥିଲେ । ଏହାକୁ ଚାଲେଞ୍ଜ୍‌ କରି ଏସ୍‌ଟିଏ ପକ୍ଷରୁ ହାଇକୋର୍ଟରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲାରେ ହାଇକୋର୍ଟ ମାର୍ଚ୍ଚ ୧୭ରେ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରି ସିଧାସଳଖ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ୪ ଜଣ ଆଶାୟୀ ପ୍ରାର୍ଥୀ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୁପ୍ରିମ୍‌କୋର୍ଟ ଶୁଣାଣି କରି ଚାରୋଟି ପଦ ପୂରଣ ନ କରିବାକୁ ନିର୍ଦ୍ଦେଶ ଦେବା ସହ ହାଇକୋର୍ଟଙ୍କ ଆଦେଶରେ ରହିତାଦେଶ ଜାରି କରିଥିଲେ । ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିଲାବେଳେ ଏସ୍‌ଟିଏର ଅନ୍ୟ ରିଟ୍‌ ଅପିଲ୍‌ ଉପରେ ହାଇକୋର୍ଟରେ ଶୁଣାଣି ହୋଇଥିଲା । ମାମଲାରେ ଆଉ ତିନି ଜଣ ଆଶାୟୀ ପ୍ରାର୍ଥୀ ନିଜ ପକ୍ଷ ରଖି ସୁପ୍ରିମ୍‌କୋର୍ଟଙ୍କ ଆଦେଶ ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରିଥିଲେ । ଯେହେତୁ ଚାରୋଟି ପଦ ଖାଲି ରଖିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି ସେହି ଆଧାରରେ ଅନ୍ୟ ତିନି ଜଣଙ୍କ ଲାଗି ମଧ୍ୟ ପଦ ଖାଲି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ଆଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟରଞ୍ଜନ ପତି ଏହି ମାମଲା ପରିଚାଳନା କରୁଛନ୍ତି ।

  • Garvita Odia

    Related Posts

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ସମ୍ୱଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାଡ଼ନା କରିବା ଅଭିଯୋଗରେ ମହିଳା ପୁଲିସ ଦ୍ବାରା ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ…

    ମହିଳା ହେଲପଲାଇନ ନଂ-୧୮୧

    ଭୁବନେଶ୍ୱର:: ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କରାଯାଇଛି । ସଠିକ୍‍ ଭାବେ ଆବ୍ୟନ୍ତରୀଣ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧