
ଭୁବନେଶ୍ୱର: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଏଏସ୍ ସାର୍ଥକ ସୌରଭ ମହାପାତ୍ର । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହୋଇଛନ୍ତି । ସ୍ୱାମୀଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଓସ୍ଡମାରେ ଡିଜିଏମ୍ ଭାବେ କାର୍ୟ୍ୟରତ ଓଏଏସ୍ ସାର୍ଥକ ସୌରଭ ମହାପାତ୍ର ତାଙ୍କ ପତ୍ନୀ ଓ ନବଜାତ ପିଲା ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ୟାତନା ଦେବା ସହ ଉଭୟଙ୍କୁ ହସ୍ପିଟାଲରୁ ଛାଡି ପଳାଇବା ଅଭିଯୋଗ ହୋଇଥିଲା ।
ଗୁରୁବାର ପତ୍ନୀ ଅର୍ଚ୍ଚନା ଦାସଙ୍କ ବୟାନ ରେକର୍ଡ କରାଯାଇଛି । ବାହାଘରଠାରୁ ଆରମ୍ଭ କରି ସନ୍ତାନ ହେବା ପର୍ୟ୍ୟନ୍ତ ଉଭୟଙ୍କ ଭିତରେ କଣ ଘଟିଥିଲା ସେନେଇ ପଚରାଉଚରା ହୋଇଛି । ତେବେ ଓଏଏସ୍ ସାର୍ଥକଙ୍କୁ ମହିଳା ଥାନା ନୋଟିସ୍ କରିବା ପରେ ଆଜି ସେ ଥାନାରେ ହାଜର ହୋଇଛନ୍ତି । ଅନ୍ୟପକ୍ଷରେ ପୁଅ ଜନ୍ମର ଦୁଇ ଦିନ ପରେ ସାର୍ଥକ କାହିଁକି ଲୁଚିକି ହସ୍ପିଟାଲରୁ ପଳାଇଲେ ତାର ତଦନ୍ତ ହେବାର ଆବଶ୍ୟକତା ରହିଛି ।