
ଖୋର୍ଦ୍ଧା : ହୋମ୍ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ତରତୁଆ ରିଜର୍ଭ ପଡିଆରେ ଶାରୀରିକ ପରୀକ୍ଷା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ଦୌଡୁଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ପରୀକ୍ଷାର୍ଥୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।