
ଭୁବନେଶ୍ୱର: ଧରାପୃଷ୍ଠରେ ବିରାଜିଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗଜାନନଙ୍କ ଆବହନ ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ । ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡେ ଉତ୍ସାହ ଦେଖିବାକୁ ମିଳିଛି । ସ୍କୁଲ, କଲେଜ, କାର୍ୟ୍ୟାଳୟ ଓ ଦୋକାନ ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜି ଗଣେଶ ଚତୁର୍ଥ ଅବସରରେ ସ୍କୁଲରେ ଛାତ୍ରଛାତ୍ରୀମାନେ ବେଶ ଧୁମଧାମରେ ପୂଜାର୍ଚ୍ଚନା କରୁଛନ୍ତି । ବିଦ୍ୟାଦାତା ଗଣେଶଙ୍କୁ ପୂଜା କରି ଆଶିଷ ଲାଭ କରିଛନ୍ତି ।
ଲମ୍ବୋଦରଙ୍କ ସ୍ୱାଗତ ପାଇଁ ରାଜଧାନୀ ଭୁବନେଶ୍ୱରରେ ଆଲୋକସଜ୍ଜା ସହ ସୁନ୍ଦର ତୋରଣ ଶୋଭାପାଉଛି । ସକାଳୁ ସବୁ ପୂଜା ଦୋକାନରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ପୂଜା ପାଇଁ ବିଭିନ୍ନ ସ୍ଥାନରେ ମେଲୋଡି କାର୍ୟ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି ।