ଧୀମାନ ଚକ୍‌ମାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ

କଟକ : ଆଇଏଏସ୍ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଧୀମାନ ଚକ୍‌ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରିବେ ଏବଂ ସାକ୍ଷୀ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ସର୍ତ୍ତ ରହିଛି । ଲାଞ୍ଚ ନେବାବେଳେ ଧୀମାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ୍ ଧୀମାନ ଚକ୍‌ମା ୧୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ସରକାରୀ ବାସଭବନ ତଲାସ ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଥିଲା । ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରି ୧୦ ଲକ୍ଷ ନେବାବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ । ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ