ନୀଳଗିରି ବିଧାୟକଙ୍କ ନାଁରେ ଏତଲା ଦେଲେ ଲେଖାଶ୍ରୀ

ଭୁବନେଶ୍ୱର:ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଦେଲେ ଏତଲା। ବିଜେଡିର କିଛି ନେତ୍ରୀମାନଙ୍କ ସହ ଆସି ଦେଲେ ଏତଲା। ତାଙ୍କ ପ୍ରତି ବିଧାୟକ ଶ୍ରୀ ଖଟୁଆ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଏତଲା ଦେଇଛନ୍ତି ଲେଖାଶ୍ରୀ। ବିଧାୟକଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଲେଖାଶ୍ରୀ କହିଛନ୍ତି, ମହିଳାଙ୍କ ସମ୍ମାନ ସହ ସାଲିସ ହେବା କଥା ନୁହେଁ। କର୍ମକ୍ଷେତ୍ରରେ ଥିବା ମହିଳା, ଯେଉଁମାନେ କାମ ପାଇଁ ବାହାରକୁ ଆସୁଛନ୍ତି, ସେମାନଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ଵ। ମୁଁ ବିଜୁ ଜନତା ଦଳର ମୁଖପାତ୍ର। ତା’ ସହିତ ବାଲେଶ୍ୱରର ସାଂସଦ ପ୍ରାର୍ଥୀ। ମୁଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲି। ହାତୀ ଦାନ୍ତ କାରବାର ଓ ଜମି ଜବରଦଖଲରେ ବିଧାୟକ ସନ୍ତୋଷ ଖଟୁଆଙ୍କ ସଂପୃକ୍ତି ନେଇ ଏଥିରେ କହିଥିଲି। ହେଲେ ତଥ୍ୟ ପ୍ରମାଣ ଦେଇ ଏହାକୁ କାଉଣ୍ଟର ନ କରି ବିଧାୟକ ମୋ ବିଷୟରେ ଅଶାଳୀନ ଓ ଅସଭ୍ୟ ମନ୍ତବ୍ୟ ଦେଲେ। ଏହା ଦ୍ୱାରା ମୁଁ ମାନସିକ ଭାବେ ଆଘାତ ପାଇଛି। ମୋ ପରିବାର, ମୋ ବନ୍ଧୁ ଓ ପ୍ରିୟଜନଙ୍କ ସମ୍ମୁଖରେ ମୋତେ ଛୋଟ କରିବାକୁ ସେ ଚେଷ୍ଟା କରିଛନ୍ତି। ତେଣୁ ଆଇନ ଅନୁସାରେ ମୋ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଭୁବନେଶ୍ୱର ମହିଳା ଥାନାରେ ଏଫଆଇଆର ଦେଇଛି। ଆଶା କରୁଛି ଆଇନ ଅନୁସାରେ ପୁଲିସ ତଦନ୍ତ କରିବା ପରେ ପଦକ୍ଷେପ ନେବ। ଆମେ ଭିଡିଓ ପ୍ରମାଣ ଦେଇଛୁ। ତେଣୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମୁଁ ଆଶା କରୁଛି।

  • Related Posts

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ତିନି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ସ୍ଥିତ ଡିଜି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ…

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ,…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଶନିବାର କୋରାପୁଟ  ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଝିଆରୀକୁ ଗର୍ଭବତୀ କଲା ପିଉସା

    ଝିଆରୀକୁ ଗର୍ଭବତୀ କଲା ପିଉସା

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ