ଫାଇଟର ଜେଟ୍ ଏଫ-୩୫ ଦୁର୍ଘଟଣାର ଶିକାର

ନୂଆଦିଲ୍ଲୀ:ଖସିପଡ଼ିଲା ଯୁଦ୍ଧ ବିମାନ । ଆମେରିକାରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଫାଇଟର ଜେଟ୍ ଏଫ-୩୫ ଦୁର୍ଘଟଣାର ଶିକାର । କାଲିଫର୍ଣ୍ଣିଆର ନାଭାଲ ଏୟାର ବେସ୍ ଷ୍ଟେସନରେ ଖସିପଡ଼ିବା ଫଳରେ ଯୁଦ୍ଧବିମାନଟି ଜଳିଯାଇଛି । ଦୁର୍ଘଟଣା ପରେ ବିରାଟ୍ ନିଆଁ ପିଣ୍ଡୁଳା ଆକାଶକୁ ଉଠିଥିବା ଦେଖିବାକୁ ମିଳିଥିବା ବେଳେ ଚାରିଆଡ଼େ ଖେଳିଯାଇଥିଲା କଳା ଧୂଆଁ ।
ତେବେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସବୁଠାରୁ ଆଶ୍ବସ୍ତିର ଖବର ହେଉଛି ବିମାନର ପାଇଟଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖସି ପଡୁଥିବା ବିମାନରୁ ନିଜକୁ ସୁରକ୍ଷିତ ଭାବେ ମୁକୁଳାଇ ନେଇଛନ୍ତି । ଏନେଇ ନେଭି ପକ୍ଷରୁ ଏକ ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି । ଗତକାଲି ସଂଧ୍ୟା ସାଢେ ୬ଟା ରେ ଏହି ଦୁର୍ଘଟଣା ଘଟିଛି । କାହିଁକି ଏଭଳି ଘଟିଲା ତାର ତଦନ୍ତ ଚାଲିଛି ।

  • Garvita Odia

    Related Posts

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି…

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ