
ରାଉରକେଲା: ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପାନପୋଷର ବାଲୁଘାଟ ଅଞ୍ଚଳରେ ପଶିଛି ପାଣି। ୨୫ ପରିବାର ସ୍ଥାନୀୟ ଏକ ସ୍କୁଲ ଘରେ ନେଇଛନ୍ତି ଆଶ୍ରୟ।କୋଏଲ ଓ ଶଙ୍ଖ ନଦୀର ଉପର ମୁଣ୍ଡରେ ହୋଇଛି ପ୍ରବଳ ବର୍ଷା। ଏହି ବର୍ଷା ଯୋଗୁଁ ଉଭୟ ନଦୀର ଜଳସ୍ତର ବଢ଼ିଛି । ଅନ୍ୟପକ୍ଷରେ ଶଙ୍ଖ ନଦୀର କାନସବାହଲଠାରେ ଥିବା ମନ୍ଦିରା ଡ୍ୟାମର ୪ଟି ଗେଟ୍ ଖୋଲି ଦିଆଯାଇଛି । ଏହି ଦୁଇ ନଦୀର ପାଣି ବେଦବ୍ୟାସଠାରେ ମିଶିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଉରକେଲା ମହାନଗର ନିଗମର ଏକ ଟିମ୍ ବାଲୁଘାଟ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।