ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ମାହାଙ୍ଗା: ବନ୍ଦ ଘରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁର ଏକ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି । ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ଘଟଣାସ୍ଥଳରେ ମାହାଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗ୍ରାମରେ ଭଡାରେ ରହୁଥିବା ନର୍ସ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଘର ସାଲେପୁର ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି । ସେ ଏକ ସରକାରୀ ମେଡିକାଲରେ କାର୍ୟ୍ୟରତ ଥିଲେ । ପୁରୁଷ ବନ୍ଧୁଙ୍କ ଘର ସାଲେପୁର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ଏହା ପ୍ରେମଜନିତ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।ଘର ମାଲିକଙ୍କ ଝିଅ ଦେଖିବାକୁ ଆସିଥିବା ବେଳେ ଭିତର ପଟୁ କବାଟ ବନ୍ଦ ରହିଥିଲା । ଏହାପରେ ସେ ପଡୋଶୀ ମାନକୁ ଡାକିଥିଲେ । ସ୍ଥାନୀୟ ଲୋକ ମାନେ ପୋଲିସକୁ ଖବର ଦେବା ପରେ ମାହାଙ୍ଗା ପୋଲିସ ସ୍ଥାନୀୟ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଉପସ୍ଥିତିରେ ଘର ଖୋଲା ଯାଇଥିଲା କ୍ଷ ଦୁଇ ଜଣ ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା କ୍ଷ ନର୍ସ ଜଣକ ୭ ଦିନ ହେବ ଘର ଭଡା ନେଇଥିବା ପଡୋଶୀ କହିଛନ୍ତି । ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ଏହି ବିଷୟରେ ଝିଅର ମା’ କିଛି ଜାଣି ନାହାନ୍ତି ବୋଲି କହିଥିବା ବେଳେ ଏହା ପ୍ରେମଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି ।

  • Related Posts

    ଭିଜିଲାନ୍ସ ଜାଲରେ ଏସ୍‌ଆଇ

    ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଏସ୍‌ଆଇ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍‌ଆଇ ଜଗା ବରିହା । ଜଣେ ଡିଲରଙ୍କ ଠାରୁ ୭ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଧରିଛି…

    Continue reading
    ଗୁଳି-ବୋମା ଫୁଟାଇ ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

    ଜଂକିଆ,24/08:ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଆଜି ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସରରେ ୮ ଜଣ ଦୁର୍ବୃତ୍ତ ଗୁଳି ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ