ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

ବିହାର : ବିହାରର ଭାଗଲପୁର ଜିଲ୍ଲାରେ ଶ୍ରାବଣ ମେଳା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ୫ ରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏଥିରେ ପାଞ୍ଚ ଜଣ କାଉଡ଼ିଆ ଭକ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଶ୍ରଦ୍ଧାଳୁମାନେ ସୁଲତାନଗଞ୍ଜରୁ ଜ୍ୟେଷ୍ଠଗୌର ନାଥସ୍ଥାନକୁ ଗଙ୍ଗା ଜଳ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁ ଗାଡ଼ିରେ ଡିଜେ ସିଷ୍ଟମ ଲାଗିଥିଲା , ତାହା କାଦୁଅରେ ଫସି ଯାଇଯିବାରୁ ଡ୍ରାଇଭର ଗାଡ଼ି ବାହାର କରିବା ମାତ୍ରେ ଉପରେ ଲାଗିଥିବା ସାଉଣ୍ଡ ସିଷ୍ଟମ ତାର ସଂସ୍ପର୍ଶରେ ଆସିଥିଲା । ଯାହାଦ୍ବାରା ଗାଡ଼ିରେ କରେଣ୍ଟ ଲାଗିବା ସହ ଏହା ରାସ୍ତା କଡ଼ ନାଳକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ସମୟରେ ଗାଡ଼ିରେ ୯ ଜଣ ବସିଥିଲେ । ସମସ୍ତେ ଶ୍ରାବଣ ମାସର ଶେଷ ସୋମବାରରେ ଭୋଳାବାବାଙ୍କୁ ଜଳଲାଗି କରିବା ପାଇଁ ଯାଉଥିଲେ । କିନ୍ତୁ ବିଧିର ବିଧାନ ହିଁ କିଛି ଅଲଗା ଥିଲା । କରେଣ୍ଟ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଚାଲିଗଲା । ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିବା ସହ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

  • Related Posts

    ୩୭ ଔଷଧ ଦାମ୍‌ ୧୫% କମିଲା

    ନୂଆଦିଲ୍ଲୀ: ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍‌ପିପିଏ) ୩୭ଟି ଅତ୍ୟାବଶ୍ୟକୀୟ ଔଷଧ ମୂଲ୍ୟରେ ୧୦-୧୫ ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ କରିଛି। ଏଥିରେ ପାରାସିଟାମଲ୍, ଆଟୋର୍‌ଭାଷ୍ଟିନ୍ ଓ ଆମୋକ୍ସିଲିନ୍ ଭଳି ଔଷଧ ରହିଛି ଯାହା ସାଧାରଣ ଜ୍ବରଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍…

    ଆଜି ମୁଁ ଶୂନ୍ୟ ହୋଇଗଲି: ହେମନ୍ତ ସୋରେନ

    ରାଞ୍ଚି: ଅଲ୍‌ବିଦା ଦିଶୋମ ଗୁରୁଜୀ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନ ଆଉ ନାହାଁନ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ସୋମବାର ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ପରଲୋକ…

    Leave a Reply

    Your email address will not be published. Required fields are marked *

    You Missed

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ