ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ନାଗରିକ ବିନା ଭିସାରେ ୫୯ଟି ଦେଶକୁ ଯାଇପାରିବେ। ମଙ୍ଗଳବାର ପ୍ରକାଶିତ ପାର୍ସପୋର୍ଟ ଇଣ୍ଡେକ୍ସରେ ଏ ନେଇ ସୂଚନା ଦିଆଯାଇଛି। ବିଶ୍ୱ ପାସପୋର୍ଟ ରାଙ୍କିଙ୍ଗ୍‌‌ରେ ଭାରତ ୭୭ତମ ସ୍ଥାନରେ ରହିଛି। ବିଶ୍ବର ବିଭିନ୍ନ ଦେଶର ପାସପୋର୍ଟର ଭିସା- ଫ୍ରି ଯାତ୍ରା ସଂଖ୍ୟାକୁ ଆଧାର କରି ଏହି ରାଙ୍କିଙ୍ଗ୍‌‌ ଜାରି କରାଯାଇଛି। ଗତବର୍ଷ ଭାରତ ୮୫ତମ ସ୍ଥାନରେ ରହିଥିଲା। ଅନ୍ୟପଟେ ପାକିସ୍ତାନ ଏହି ରାଙ୍କିଙ୍ଗ୍‌‌ରେ ୯୬ତମ ସ୍ଥାନରେ ରହିଛି। ଫଳରେ ଭାରତ ୮ ସ୍ଥାନ ଉପରକୁ ଉଠିଛି ଓ ରାଙ୍କିଙ୍ଗ୍‌‌ରେ ସୁଧାର ଆସିଛି। କିନ୍ତୁ ଭିସାମୁକ୍ତ ଯାତ୍ରା ସଂଖ୍ୟାରେ ଅବନତୀ ହୋଇଛି। ୨୦୨୪ରେ ଭାରତୀୟ ପାସପୋର୍ଟ ଧାରକ ୬୨ ଦେଶକୁ ବିନା ଭିଜାରେ ଯାତ୍ରା କରୁଥିଲେ ଓ ଏବେ ଏହା ୫୯କୁ କମିଛି। ଏହି ମାନ୍ୟତାରେ ସିଙ୍ଗାପୁର ଶୀର୍ଷରେ ରହିଛି। ସିଙ୍ଗାପୁର ପାସପୋର୍ଟଧାରୀ ନାଗରିକ ୧୯୩ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ। ସେହିପରି ୧୯୦ଟି ଦେଶକୁ ବିନା ଭିସାରେ ଯାତ୍ରା କରିବାକୁ ଅନୁମତି ପାଇଥିବା ଜାପାନ ଓ ଦକ୍ଷିଣ କୋରିଆ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ ଓ ସ୍ପେନ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦେଶଗୁଡିକ ନାଗରିକମାନେ ବିନା ଭିସାରେ ୧୮୯ ଦେଶକୁ ଯାଇପାରିବେ। ବିନା ଭିସାରେ ଭାରତୀୟ ନାଗରିକ ୧୯ ଆଫ୍ରିକୀୟ ଦେଶ, ୧୦ ଏସୀୟ ଦେଶ, ୧୦ ଉତ୍ତରଆମେରିକା ଦେଶ, ୧୦ ଓସମାନିଆ ଦେଶ ଓ ଗୋଟିଏ ଦକ୍ଷିଣ ଆମେରିକା ଦେଶକୁ ଯାତ୍ରା କରିପାରିବେ।

  • Garvita Odia

    Related Posts

    କାରଗିଲ ବିଜୟ ଦିବସ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

    ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସର ୨୬ତମ ପୂର୍ତ୍ତି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଦେଶବ୍ୟାପୀ ସହିଦଙ୍କୁ ସମ୍ମାନ ଜଣାଇ ସ୍ମୃତି ସମାରୋହ, ଶ୍ରଦ୍ଧାଞ୍ଜଳି ସଭା, ସାମରିକ ପ୍ରଦର୍ଶନ ଏବଂ ବିଶେଷ କାର୍ୟ୍ୟକ୍ରମ…

    ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମ୍ପର୍କିତ ଆବେଦନ ସୁପ୍ରିମକୋର୍ଟରେ ଖାରଜ

    ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ପାଇଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ସମ୍ପର୍କିତ ଏକ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ସୂର୍ୟ୍ୟକାନ୍ତ ଏବଂ…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜୟ ପାଲ ସିଂ ତୋମାର

    ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜୟ ପାଲ ସିଂ ତୋମାର

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ସାଙ୍ଗ ସାଜିଲା ସୈତାନ୍‌ : ଘରକୁ ଡାକିନେଇ ଆକ୍ରମଣ

    ସାଙ୍ଗ ସାଜିଲା ସୈତାନ୍‌  :  ଘରକୁ ଡାକିନେଇ ଆକ୍ରମଣ

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    ମନ୍ତ୍ରିମଣ୍ଡଳ  ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    ଓଲିଉଡ ଅଭିନେତା ଗିରଫ

    ଓଲିଉଡ ଅଭିନେତା  ଗିରଫ