ବିମାନ ଦୁର୍ଘଟଣାରେ ଭଗବଦ୍‍ ଗୀତା ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣାରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ଅନେକଙ୍କ ସ୍ୱପ୍ନ ମଧ୍ୟ ବିମାନ ନିଆଁରେ ଜଳିଯାଇଛି । ୨୬୦ରୁ ଅଧିକ ଜୀବନ ନେଇଥିବା ଏହି ଭୟଙ୍କର ବିମାନ ଦୁର୍ଘଟଣା ସାରା ଦେଶରେ ଶୋକାକୂଳ ପରିବେଶ ଦେଇଛି । ହେଲେ ବିମାନ ଦୁର୍ଘଟଣାରେ ଗୋଟିଏ ଭଗବଦ୍‍ ଗୀତା ବହି ସୁରକ୍ଷିତ ଭାବରେ ମିଳିଛି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ଜଣେ ଅଧିକାରୀ ଘଟଣା ସ୍ଥଳରୁ ଭଗବଦ୍‍ ଗୀତା ବହିଟି ପାଇଥିଲେ । ବହିର ସମସ୍ତ ପୃଷ୍ଠା ଓଲଟାଇ ସେ ଦେଖିଥିଲେ ଯେ ବହିଟି ଟିକେ ବି ହେଲେ ନିଆଁରେ ଜଳି ନଥିଲା । ଏହି ଭଗବଦ୍‍ ଗୀତା ବହିଟି ଗୁଜରାଟୀ ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି ।
ବିମାନ ଦୁର୍ଘଟଣାରେ ୧୦୦୦ଂ ସେଲସିୟସ୍‍ ତାପମାତ୍ରାରେ ଭଗବଦ୍‍ ଗୀତା ସୁରକ୍ଷିତ ମିଳିଥିଲା । ଯେଉଁ ତାପମାତ୍ରାରେ ଲୁହା ମଧ୍ୟ ତରଳିଗଲା, ହେଲେ ଗୀତାର ଗୋଟିଏ ବି ପୃଷ୍ଠା କ୍ଷତିଗ୍ରସ୍ତ ହୋଇନଥିଲା । ବିମାନରେ ନିଆଁ ଲାଗିବା ବେଳେ ଚାରି ପାଖର ତାପମାତ୍ରା ହଜାରେ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଏହି କାରଣରୁ ଉଦ୍ଧାର କାର୍ୟ୍ୟ ବହୁତ କଷ୍ଟକର ହୋଇଥିଲା । ପାଖରେ ଥିବା ପଶୁ ପକ୍ଷୀମାନେ ମଧ୍ୟ ଏଥିରୁ ବର୍ତ୍ତିନଥିଲେ, ସମସ୍ତେ ପୋଡି ପାଉଁଶ ହୋଇଯାଇଥିଲେ । ଉଦ୍ଧାର କାର୍ୟ୍ୟରେ ଥିବା ଜଣେ ଅଧିକାରୀ କହିଛନ୍ତି ମୁଁ ଦୀର୍ଘ ୮ବର୍ଷ ହେବ ବିପର୍ୟ୍ୟୟ ପରିସ୍ଥିତି ଦେଖିଛି ହେଲେ ଏଭଳି କେବେ ଦେଖିନାହିଁ । ଆମେ ପିପିଇ କିଟ୍‍ ପିନ୍ଧି ଉଦ୍ଧାର କାର୍ୟ୍ୟରେ ଲାଗିଥିବା ବେଳେ ଏହା କଷ୍ଟକର ହୋଇଥିଲା । ସବୁଠି ଭଗ୍ନାବିଶେଷ ବିଛାଡି ହୋଇ ପଡିଥିଲା ।

  • Garvita Odia

    Related Posts

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୭ ଜନଗଣନା ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ଦେଶରେ ଜନଗଣନା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ ପରେ ପ୍ରଥମଥର ପାଇଁ ଦେଶରେ ଜନଗଣନା ହେବ।…

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ନୂଆଦିଲ୍ଲୀ: ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ଅବତରଣ କରିବା ବଦଳରେ ଫେରିଯାଇଛି । ବିମାନକୁ ବୋମା ଧମକ ମିଳିବା ପରେ ଭାରତୀୟ ବାୟୁସେନାରେ ପ୍ରବେଶ କରିନଥିଲା । ମଝି ଆକାଶରୁ…

    Leave a Reply

    Your email address will not be published. Required fields are marked *

    You Missed

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର