ଭାରତ ଉପରେ ଶୁଳ୍କ ବୃଦ୍ଧି କରିବ ଆମେରିକା

ନୂଆଦିଲ୍ଲୀ:ରୁଷ୍‌ଠାରୁ ତେଲ କିଣୁଥିବା ଭାରତକୁ ଆମେରିକା ପକ୍ଷରୁ ଲଗାତାର ଭାବେ ସମାଲୋଚନା କରାଯାଉଛି। ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଭାରତ କେବଳ ରୁଷଠାରୁ ବିପୁଳ ପରିମାଣର ତୈଳ ଆମଦାନୀ କରୁନାହିଁ, ବରଂ ଶସ୍ତାରେ କିଣି ବଡ଼ ଅଂଶର ଲାଭ ରଖି ଖୋଲା ବଜାରରେ ବିକ୍ରି କରୁଛି। ୟୁକ୍ରେନରେ କେତେ ଲୋକ ପ୍ରାଣ ହରାଉଛନ୍ତି ସେ ନେଇ ଭାରତ ଯତ୍ନଶୀଳ ନୁହେଁ। ଏହି କାରଣରୁ ସେ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବେ ବୋଲି ଧମକ ଦେଇଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାର ଜବାବ ରଖିଛି। ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ନିଜେ ରୁଷ୍ ସହ ବିଭିନ୍ନ ପ୍ରକାର କାରବାରରେ ଲିପ୍ତ ଥିଲେ ମଧ୍ୟ ଭାରତକୁ ନିର୍ଦ୍ଦିଷ୍ଟ ଭାବେ ସମାଲୋଚନା କରିବା ଅଯୌକ୍ତିକ ଓ ଅନୁଚିତ ବୋଲି ନୂଆଦିଲ୍ଲୀ କହିଛି। ସେମାନଙ୍କ ପାଇଁ ରୁଷ୍ ସହ ବେପାର ଭାରତ ଭଳି ଏକ ଜାତୀୟ ଆବଶ୍ୟକତା ମଧ୍ୟ ନୁହେଁ। ଅନ୍ୟ ‌ପ୍ରମୁଖ ଦେଶଗୁଡ଼ିକ ଭଳି ଭାରତ ମଧ୍ୟ ନିଜ ଜାତୀୟ ସ୍ବାର୍ଥ ରକ୍ଷା ଓ ଅର୍ଥନୈତିକ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ମନ୍ତ୍ରଣାଳୟ କହିଛି।
ରୁଷ୍‌ରୁ ୟୁରୋପୀୟ ଦେଶଗୁଡ଼ିକ ସାର, ଖଣିଜ ପଦାର୍ଥ, ରାସାୟନିକ ପଦାର୍ଥ, ଲୁହା ଓ ଇସ୍ପାତ, ମେସିନ୍, ପରିବହନ ଉପକରଣ ମଗାଉଛନ୍ତି। ସେହିପରି ଆମେରିକା ମଧ୍ୟ ରୁଷ୍‌ରୁ ୟୁରାନିୟମ୍, ହେକ୍ସାଫ୍ଲୋରାଇଡ୍‌, ପାଲାଡିୟମ୍, ସାର ଏବଂ ରାସାୟନିକ ପଦାର୍ଥ ମଗାଉଥିବା ମନ୍ତ୍ରଣାୟ କହିଛି। ମନ୍ତ୍ରଣାଳୟ କହିଛି ଯେ ୨୦୨୪ରେ ରୁଷ୍ ଓ ୟୁରୋପୀୟ ସଂଘ ମଧ୍ୟରେ ଦ୍ବିପାକ୍ଷିକ କାରବାର ୬୭୫୦ କୋଟି ୟୁରୋ ଥିଲା। ୨୦୨୩ରେ ଏହାର ସେବା କାରବାର ୧୭୨୦ କୋଟି ୟୁରୋ ରହିଥିଲା। ରୁଷ୍ ସହ ଭାରତର ମୋଟ୍‌ କାରବାରଠାରୁ ତାହା ଅଧିକ। ରୁଷ୍‌ରୁ ୟୁରୋପ ରେକର୍ଡ ଏଲ୍‌ଏନ୍‌ଜି ମଧ୍ୟ ଆମଦାନି କରୁଛି ବୋଲି ମନ୍ତ୍ରଣାଳୟ ଜଣାଇଛି।

  • Related Posts

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ନୂଆଦିଲ୍ଲୀ : ଲୋକଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୨୬୦ କୋଟି ଟଙ୍କାର ଠକେଇ ମାମଲା। ସାଇବର୍ ଅପରାଧୀଙ୍କ ଉପରେ ବଡ଼ ପ୍ରହାର୍। ଗ୍ଲୋବାଲ୍ ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଡେରାଡୁନ୍ ସମେତ…

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ ବହିଷ୍କୃତ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ ପ୍ରତାପ ଯାଦବ ବିହାର ବିଧାନସଭା ନିର୍ବାଚନରେ ଭାଗ ନେବା ପାଇଁ ପାଞ୍ଚଟି କ୍ଷୁଦ୍ର ରାଜନୈତିକ ଦଳ ସହ ଏକ ମେଣ୍ଟ…

    Leave a Reply

    Your email address will not be published. Required fields are marked *

    You Missed

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା