ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବ୍ରାଞ୍ଚ୍‌ ଇନଚାର୍ଜ୍‌

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବିଆଇସି ସତ୍ୟ ନାରାୟଣ ଚାଲାଣ । ଲାଞ୍ଚ ନେବାବେଳେ ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି ଲ୍ୟାମ୍ପ ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚାଲାଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କ ୨ ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ ।

ମିଳିଥିବା ସୂଚନାଅନୁସାରେ ଜଣେ ବାଜରା ଚାଷୀଙ୍କୁ ଲାଞ୍ଚ ମାଗିଥିଲେ ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି ଲ୍ୟାମ୍ପ ର ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚାଲାଣ। ବାଜରା ବସ୍ତା ପ୍ରତି ୪୫ ଟଙ୍କା ହିସାବରେ ୧୧୭ଟି ବସ୍ତା ପାଇଁ ୫୦୦୦ରୁ ଅଧିକ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏହି ଲାଞ୍ଚ ଟଙ୍କାକୁ କମାଇ ସେ ୩୦୦୦ ଟଙ୍କା ମାଗିଥିଲେ । ଲାଞ୍ଚ ନଦେଲେ ସେ ବାଜରା ବସ୍ତା ଗୁଡିକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ।

ଆଉ ଆଜି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍‌ କୁନ୍ଦୁଲି ଲ୍ୟାମ୍ପ ବିଆଇସି ସତ୍ୟ ନାରାୟଣ ଚାଲାଣ ଲାଞ୍ଚ ନେବା ବେଳେ ଧରିଛି। ବିଆଇସି ସତ୍ୟ ନାରାୟଣ ଚାଲାଣଙ୍କ ପାଖରୁ ସମସ୍ତ ରଙ୍ଗ ବୋଳା ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି । ଏହି ଚଢାଉ ପରେ ସତ୍ୟନାରାୟଣ ଚାଲାଣଙ୍କ ନାଁରେ ମାମଲା ରୁଜୁ କରି ତାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।

  • Related Posts

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ମାହାଙ୍ଗା: ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପତରାଜପୁର ଗ୍ରାମରେ ଘଟିଛି ଏଭଳି ଇଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ବିଷ…

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ୍ କେସ। କାର ଜବତ। ଏବେ ବି କାର୍ ମାଲିକ ଫେରାର ରହିଥିବା ବେଳେ ଉଭୟ ସ୍କର୍ପିଓ ଓ ଚାଳକଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି । ଶନିବାର ବରମୁଣ୍ଡାରୁ ରେସ୍ କରି ଆସୁଥିବା…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ