ଯଦି ସମ୍ଭାଳି ପାରୁନ ଗାଦି ଛାଡ଼ନ୍ତୁ : ବିଜେଡି

ଭୁବନେଶ୍ୱର : ମହିଳା ମାନେ ସନ୍ଧ୍ୟା ୫.୩୦ ପରେ କାର୍ୟ୍ୟସ୍ଥଳୀରେ ରହିପାରିବେ ନାହିଁ ବୋଲି ଏକ ତାଲିବାନୀ ଅର୍ଡର ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରକାଶ ପାଇବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିଦିଆଯାଇଥିଲା। ଏହାକୁ ନେଇ ବିଜୁ ଜନତା ଦଳ ସରକାରଙ୍କ ମହିଳାଙ୍କ ସ୍ୱାଧୀନତା ଉପରେ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ତୀବ୍ର ସମାଲୋଚନା କରିଛି।ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ମହିଳାଙ୍କୁ ସ୍ୱାଧୀନତା ପ୍ରଦାନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଏହି ବିଜ୍ଞପ୍ତିରୁ ସ୍ପଷ୍ଟ ହେଉଛି। ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ, ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛନ୍ତି ବୋଲି, ଏହା ଏକ ପ୍ରମାଣ ସ୍ୱରୂପ ଉଭା ହୋଇଛି। ନିସନ୍ଦେହରେ ଏହି ତାଲିବାନୀ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ମହିଳା ସ୍ୱାଧୀନତା ବିରୋଧୀ ମନୋଭାବକୁ ଦର୍ଶାଇଛି ବୋଲି ଡ଼ ମହାନ୍ତି କହିଛନ୍ତି।ସେ କହିଥିଲେ, ଏହି ବିଜ୍ଞପ୍ତି ରେଭେନ୍ସା ପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ଉଦ୍ୟମ ବିଶ୍ୱବିଦ୍ୟାଳୟ ଇତିହାସରେ ସବୁଦିନ ପାଇଁ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ। ବିଜେପି ସରକାରଙ୍କ ଶାସନରେ ଆସିଥିବା ଏହି ବିଜ୍ଞପ୍ତି ଓଡିଶା ପାଇଁ ଆଉଥରେ ଲଜ୍ଜ୍ୟା ଓ ନିନ୍ଦା ଆଣିଛି। ଏହି ବିଜ୍ଞପ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ, ଏହାକୁ ପ୍ରତ୍ୟାହାର କରି ଦିଆଯାଇଥିଲା। ଏହି ତାଲିବାନୀ ବିଜ୍ଞପ୍ତି କିଭଳି ଭାବେ ପ୍ରକାଶ ପାଇଲା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ପାଇଁ ବିଜେଡି ଦାବି କରୁଛି। ଏହାଛଡା ରେଭେନ୍ସା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ସ୍ୱାକ୍ଷରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ, ତୁରନ୍ତ ତାଙ୍କୁ ନିଲମ୍ୱନ କରିବା ପାଇଁ ଡ଼ ମହାନ୍ତି ଦାବି କରିଛନ୍ତି।

  • Garvita Odia

    Related Posts

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ନୂଆଦିଲ୍ଲୀ : ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଦୁର୍ବୃତ୍ତଙ୍କ ପାଶବିକ ଅତ୍ୟାଚାରର ଶିକାର ହୋଇ ଜଳି ଯାଇଥିବା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍‌ସରେ ଭେଟିଛନ୍ତି ବିଜେଡିର ୪ ସାଂସଦ। ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ…

    ଉପରାଷ୍ଟ୍ରପତିଙ୍କ ଇସ୍ତଫା ଶୁଣି ବ୍ୟକ୍ତିଗତ ଭାବେ ମର୍ମାହତ: ସିବଲ

    ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ । ଧନଖଡ ତାଙ୍କ ଇସ୍ତଫା ପଛରେ ତାଙ୍କ ସ୍ୱାସ୍ଥ୍ୟ କାରଣ ଦର୍ଶାଇଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଧନଖଡଙ୍କ ଇସ୍ତଫା ପରେ, ବିରୋଧୀ ଏବେ…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା