ରାଜଧାନୀରୁ ବନ୍ଧାହେଲେ ୧୦ ବାଂଲାଦେଶୀ

ଭୁବନେଶ୍ବର: ବିନା ଭିସା ଓ ପାସ୍‌ପୋର୍ଟରେ ଭାରତକୁ ଅନୁପ୍ରବେଶ କରିଥିବା ୧୦ ବାଂଲାଦେଶୀ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଛନ୍ତି। ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରେ ଏଜେଣ୍ଟ ସହ ୬ ପୁରୁଷ ଓ ୩ ମହିଳା ଅଛନ୍ତି। ବେଙ୍ଗାଲୁରୁ ଯାଉଥିବା ବେଳେ ଭୁବନେଶ୍ବର ରେଳଷ୍ଟେସନ୍‌ରେ ସେମାନଙ୍କୁ ଏକ ଏକ୍ସପ୍ରେସ୍‌ରୁ ଗିରଫ କରାଯାଇଛି। ସେମାନେ ହେଲେ ବେଙ୍ଗାଲୁରୁରେ ରହୁଥିବା ଏଜେଣ୍ଟ ମହମ୍ମଦ ହସିମ୍, ବାଂଲାଦେଶ ଭାଲୁକା ଜିଲ୍ଲାର, ସୋଜିବ୍‌ ଖାଁ, ସରନ୍‌କୋଲା ରେଣ୍ଡିଆ ଗାଁର ଜଣେ ନାବାଳକ, ମୋରେଲ୍‌ଗଞ୍ଜ ଥାନାର ଅଲାମ୍‌ ସେଖ୍, ମହମ୍ମଦ ଅଜିମ୍, ଦିଲ୍ଲାର୍‌ ସେଖ୍‌, ସୋହାତୁଲୁକ ଦାର୍‌, କରମା ବେଗମ୍, ଚାନ୍ଦିପୁର ଥାନା ଅଞ୍ଚଳର ମୋନିରା ବେଗମ୍ ଓ ଦାମରାଇ ଥାନା ଅଞ୍ଚଳର ସାହାନା ବେଗମ୍‌। ଆସାମ ସୀମାରେ ଗଳାବାଟ ଦେଇ ଏମାନେ ଭାରତକୁ ଅନୁପ୍ରବେଶ କରିଥିବା ଜଣାପଡ଼ିଛି। ଏମାନଙ୍କ ପାଖରୁ ଉଭୟ ଭାରତୀୟ ଟଙ୍କା ସହିତ ବାଂଲାଦେଶ କରେନ୍‌ସି ଜବତ କରାଯାଇଛି।
ନାବାଳକକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି ଏବଂ ଅନ୍ୟ ସମସ୍ତଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ଏହି ଅନୁପ୍ରବେଶ ପଛର ରହସ୍ୟ ଉନ୍ମୋଚନ କରିବାକୁ ଏସ୍‌ଟିଏଫ୍‌ ଏଜେଣ୍ଟ ହସିମ୍‌କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀଙ୍କ ସୂଚନାନୁସାରେ ଗୁଇନ୍ଦା ତଥ୍ୟକୁ ଆଧାର କରି ଭୁବନେଶ୍ବର ଷ୍ଟେସନ୍‌ରେ ଅଟକିଥିବା ଡେବ୍ରିଗଡ଼-ଚେନ୍ନାଇ ଏକ୍ସପ୍ରେସ୍‌ରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଏହି ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ପଚରାଉଚରା ବେଳେ ସେମାନେ ସବୁ ସତ ମାନିଯାଇଥିଲେ। ବେଙ୍ଗାଲୁରୁରେ ରହୁଥିବା ଏଜେଣ୍ଟ ମହମ୍ମଦ ହସିମ୍‌ ସେମାନଙ୍କୁ ଭାରତ ଆଣିଛି ବୋଲି ମାନିଯାଇଥିଲେ। ହସିମ୍‌ ସେମାନଙ୍କ ପାଇଁ ନକଲି ଆଧାରକାର୍ଡ ପ୍ରସ୍ତୁତ କରିଛି ବୋଲି ସେମାନେ କହିଥିଲେ। ପୁଲିସ ସେମାନଙ୍କଠାରୁ ନକଲି ଆଧାରକାର୍ଡ ସବୁ ଜବତ କରିଛି।

  • Related Posts

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଠାରେ ରାକ୍ଷୀ ପୂର୍ଣ୍ଣମୀ ଦିନ କୋଲ୍ଡ ଡ୍ରିଙ୍କ୍‌ ପିଆଇବାକୁ ଡାକି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡିତାଙ୍କୁ ସଂପର୍କୀୟ…

    Continue reading
    ଆଖିବୁଜିଲେ ବରଗଡ଼ ନାବାଳିକା

    ବରଗଡ଼: ଦୁଃଖଦ…ଆଖିବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା । ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ

    “ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”