ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ରାତିରେ ବାଇକ୍ ଚୋରି ବେଳେ ଦେଖିଦେଇ ଥିଲେ ଯୁବକ। ପ୍ରତିବାଦ କରିବାରୁ ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଏକ ବଡ଼ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ। ହତ୍ୟାକଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଭରତପୁର ଥାନା ଅନ୍ତର୍ତଗତ ମସ୍‌ଜିତ ବସ୍ତିରେ ଘଟଛି। ଯୁବକ ଜଣକ ଭଡ଼ା ଘରେ ରହୁଥିବା ଜଣାପଡ଼ି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଥାଉକି, ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଭରତପୁର ମସଜିତ୍ ବସ୍ତିରେ ବାଇକ୍ ଚୋରି କରୁଥିଲେ । ସେହି ସମୟରେ ଛାତ ଉପରୁ ଦେଖିଦେଇ ଥିଲେ ଯୁବକ। ଯୁବକ ଜଣ ତଳକୁ ଆସି ପ୍ରତିବାଦ ଦୁର୍ବୃତ୍ତଙ୍କୁ କରିଥିଲେ । ଦୁର୍ବୃତ୍ତମାନେ ରାଗିଯାଇ ପ୍ରଥମେ ଛୁରା ମାଡ଼ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ତ‌ଳେ ପଡ଼ିଯାଇଥିଲେ ଯୁବକ । ପରେ ଏକ ବଡ଼ ପଥରରେ ଛେଚିଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ସେଠାରେ ଭଡ଼ା ଘରେ ରହୁଥିବା ଜଣାପଡିଛି । ମର୍ଡର ପରେ ଭରତପୁର ପୁଲିସ ହତ୍ୟାକାରୀଙ୍କୁ ଧରିବାକୁ ଛାନ୍‌ଭିନ୍ ଚଳାଇଛି।

  • Garvita Odia

    Related Posts

    ୯ କୋଟି ଟଙ୍କାର ଗଞ୍ଜେଇ ଜବତ

    ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସକୁ ବଡ଼ ସଫଳତା। ଗଞ୍ଜେଇ ଭର୍ତ୍ତି ଗାଡିକୁ ଗୋଡାଇ ଗୋଡାଇ ଧରିଲା ପୁଲିସ। ରାଣିସର୍ଡା ଛକ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଗାଡି ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୯ କୋଟି…

    ଦେଢଶୁରର କୋଡ଼ି ଚୋଟରେ ଭାଇବୋହୂ ମୃତ

    କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗ୍ରାମରେ ଦେଢଶୁରର କୋଡ଼ି ଚୋଟରେ ଭାଇବୋହୂର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳେ ଭାଇ ବୈମାଝୀ ପ୍ରେପକା ନିଜ ବିଲକୁ ଯାଇ…

    Leave a Reply

    Your email address will not be published. Required fields are marked *

    You Missed

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ଚିଠି

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌