ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ, ୧୫ରୁ ବଡ଼ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ ହୋଇଛି । ଏହା ଭବାନୀପାଟଣା ଓ ପୁରୀକୁ ଅଗ୍ରସର ହୋଇଛି । ରାଜ୍ୟର ଅନ୍ୟ ସ୍ଥାନକୁ ଅଗ୍ରସର ପାଇଁ ପାଣିପାଗ ସ୍ଥିତି ଅନୁକୂଳ ରହିଛି । ଶୁକ୍ରବାର ଠାରୁ ମୌସୁମୀ ବର୍ଷା ବଢ଼ିବ । ୧୫ ତାରିଖରୁ କିଛି ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୩ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ୧୪ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ । ୧୫ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୬ରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟରେ ପ୍ରବଳରୁ ଅତିପ୍ରବଳ ଆଶଙ୍କା ଅଛି । ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ୧୭ ଓ ୧୮ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

  • Garvita Odia

    Related Posts

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ଭୁବନେଶ୍ୱର: ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ…

    ୨୦ରୁ ଖୋଲିବ ସ୍କୁଲ

    ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୦ରୁ ଖୋଲିବ ସମସ୍ତ ବିଦ୍ୟାଳୟ । ୧୮ ବଦଳରେ ୨୦ରେ ସ୍କୁଲ ଖୋଲିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ବଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର