ଲୁଟିନେଲେ ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ଟଙ୍କା

ସୋର :ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ଟଙ୍କା। ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଂଚାୟତ ବଣଗଡିଆ ଗାଁରେ ବ୍ୟବସାୟୀ ଆନନ୍ଦ ବେହେରାଙ୍କ ଘରେ ୫ରୁ ୬ ଦୁର୍ବୃତ୍ତ ବାଇକରେ ଆସି ଘର ପଛ ପଟୁ ଛାତ ଉପରେ ଚଢି ଘର ଭିତରକୁ ପଶିଥିଲେ । ଘରେ ପରିବାର ଲୋକ ଶୋଇଥିବା ବେଳେ ଦୃବୁର୍ତ୍ତ ମାନେ ପ୍ରଥମେ ମୋବାଇଲ ଗୁଡିକ ଆଣି ଭାଙ୍ଗି ଦେଇଥିଲେ। ପରେ ଭୁଜାଲିରେ ପୁଅ ରତିକାନ୍ତଙ୍କ ହାତକୁ ଆକ୍ରମଣ କରି ଆଲମିରା ଭାଙ୍ଗି ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ସମେତ ସୁନା ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ ।ଆକ୍ରମଣରେ ରତିକାନ୍ତ ଗୁରୁତର ହୋଇ ପ୍ରଥମେ ସିମୁଳିଆ ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

  • Related Posts

    କୋଟିପତି ବୌଦ୍ଧ ଏମଭିଆଇ ଗିରଫ

    ବୌଦ୍ଧ: କୋଟିପତି ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରିବହନ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା, ୨…

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବାଲେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ 2 ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ  ମୃତ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା