ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପଶ୍ନ । ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ତାମିଲନାଡୁ ମାମଲାରେ ଶୁଣାଣି ସୁପ୍ରିମକୋର୍ଟ ଦେଇଥିବା ରାୟର ମାସଟେ ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ରାଷ୍ଟ୍ରପତି ସର୍ବୋଚ୍ଚ ଅଦାଲତଙ୍କୁ ଚିଠି ଲେଖି ରାଜ୍ୟପାଳମାନଙ୍କୁ ବିଲକୁ ଅନୁମୋଦନ କରିବାକୁ ସମୟସୀମା ଲାଗୁ କରାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ସମ୍ବିଧାନର ଧାର ୧୪୩ ଆଧାରରେ ରାଷ୍ଟ୍ରପତି ସୁପ୍ରିମକୋର୍ଟକୁ ପ୍ରଶ୍ନ କରିଛନ୍ତି । ଏହି ଧାରା ମାଧ୍ୟମରେ ରାଷ୍ଟପ୍ରତି କୌଣସି ଆଇନଗତ ସମସ୍ୟା ଉପରେ କୋର୍ଟଙ୍କ ସହ ପରାମର୍ଶ କରିପାରିବେ । ଧାରା ୨୦୦ ଅନୁଯାୟୀ ଏକ ବିଲ୍ ଉପସ୍ଥାପନ କରାଯିବା ସମୟରେ ରାଜ୍ୟପାଳ ତାଙ୍କ ପାଖରେ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବା ସମୟରେ ମନ୍ତ୍ରୀ ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ପରାମର୍ଶରେ କ’ଣ ରାଜ୍ୟପାଳ ଆବଦ୍ଧ ବୋଲି ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି । ରାଷ୍ଟ୍ରପତି ପରାରିଛନ୍ତି ଜଣେ ରାଜ୍ୟପାଳଙ୍କ ସାମ୍ବିଧାନିକ ବିବେଚନାର ପ୍ରୟୋଗ କୋର୍ଟରେ ବିଚାର ସାପେକ୍ଷ କି ? ସେ ସମ୍ବିଧାନର ଧାରା ୩୬୧ ଉଦ୍ଧୃତ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ପଦବୀର କ୍ଷମତା ଏବଂ କର୍ତ୍ତବ୍ୟ ପାଳନ ପାଇଁ କୌଣସି କୋର୍ଟଙ୍କ ନିକଟରେ ଉତ୍ତରଦାୟୀ ହେବେ ନାହିଁ ।
ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦ
ନୂଆଦିଲ୍ଲୀ: ଭେଟରାନ ସିପିଏମ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦ ଆଉ ନାହାନ୍ତି। ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଅଚ୍ୟୁତାନନ୍ଦଙ୍କୁ ୧୦୧ ବର୍ଷ ହୋଇଥିଲା। ଜୁନ…