ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

ଭୁବନେଶ୍ୱର: ଉଦ୍ଭାବନ ଓ ଉଦ୍ୟୋଗୀକରଣ ବର୍ତମାନ ସାରା ବିଶ୍ୱର ଅର୍ଥନୈତିକ ସମୃଦ୍ଧି ଓ ସାମାଜିକ ବିକାଶର ମୂଳମନ୍ତ୍ର ପାଲଟିଛି ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ୫- ଦିନିଆ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ (ଏଫ୍ଡିପି)ରେ ବକ୍ତାମାନେ ମତ ରଖିଛନ୍ତି ।
ଉଦ୍ଭାବନର ଆବଶ୍ୟକତା ବେଶ ବ୍ୟାପକ ଥିବା ବେଳେ ଆମେ ଯଦି କିଛି ଉଦ୍ଭାବନ କରୁ ନାହୁଁ ତେବେ ଆମେ କୋ÷ଣସି କାର୍ଯ୍ୟ କରୁନାହୁଁ ବୋଲି କହିଛନ୍ତି ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟି୍ରବୁ୍ୟସନ୍ ଲିମିଟେଡ (ଟିପିସିଓଡିଏଲ୍)ର ସିଏସ୍ଆର ମୁଖ୍ୟ ଶ୍ରୀ ପ୍ରଦୀପ ଘୋଷାଲ । ‘ଊଦ୍ଭାବନ ଓ ଉଦ୍ୟୋଗୀକରଣ’ ଶୀର୍ଷକ ଏଫଡିପିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ଶ୍ରୀ ଘୋଷାଲ ।
ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ), ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଇନୋଭେସନ୍ ସେଲ୍ (ଏମ୍ଆଇସି) ଏବଂ ସୋଆ ପରିଚାଳିତ ଇନ୍ଷ୍ଟିୁଚୁ୍ୟଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍)ର ମିଳିତ ଆନୁକୂଲ୍ୟରେ ଏହି ଏଫଡିପିର ଆୟୋଜନ କରାଯାଇଛି ।
ସାରା ବିଶ୍ୱରେ ଏକ ସମୟରେ କ୍ୟାମେରା ନିର୍ମାଣକୁ ନେଇ ନିଜର ସ୍ୱତନ୍ତ୍ର ସ୍ଥିତି ଜାହିର କରିଥିବା କୋଡାକ କମ୍ପାନୀର ଉଦାହରଣ ଦର୍ଶାଇ ଶ୍ରୀ ଘୋଷାଲ କହିଥିଲେ ଯେ ଯଦି କୋ÷ଣସି କମ୍ପାନୀ ଉଦ୍ଭାବନ ବନ୍ଦ କରିଦେବ ତେବେ ଏହା ସମ୍ପୂର୍ଣ୍ଣ ଉଭେଇ ଯିବ । ଉଦ୍ଭାବନ ପ୍ରତ୍ୟେକ ଦିନ ହେଉଛି ଏବଂ ଲୋକମାନେ ଏହାକୁ ଉଦ୍ୟୋଗରେ ପରିଣତ କରିବା ଉଚିତ୍ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଶିକ୍ଷାନୁଷ୍ଠାନର ଫ୍ୟାକଲ୍ଟିମାନେ ପୂର୍ବରୁ କେବଳ ଜ୍ଞାନ ପ୍ରଦାନର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବର୍ତମାନ ଆଗକୁ ଆସି ଅଭିନବ ଉପାୟ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାର ଅବକାଶ ଆସିଛି ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ଉଦ୍ଭାବନର ଆବଶ୍ୟକତା ଏବଂ କ୍ଲାସ୍ରୁମରେ ଏହାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମର ସଂଚାଳକ ତଥା ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କହିଥିଲେ ଯେ ସାରା ଓଡ଼ିଶାର ୨୮ଟି ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଏହି ଏଫ୍ଡିପିରେ ଯୋଗ ଦେଇଛନ୍ତି । ଆଇବିସିଏସ୍ର ଆସୋସିଏଟ୍ ପ୍ରଫେସର ଡକ୍ଟର ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Garvita Odia

Related Posts

ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କଟକ,: ଅନୁଗୁଳରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ୨ ଅଭିଯୁକ୍ତଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ହେଲେ ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠୀ । ଆବଶ୍ୟକ ପ୍ରମାଣ…

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସବୁଜିମାକୁ ବୃଦ୍ଧି କରିବା ସହ ପରିବେଶ ସନ୍ତୁଳନ ସଚେତନତା ବାର୍ତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଗତ ଜୁଲାଇ ୧୬ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଛତାବର ସ୍ଥିତ ବିଶ୍ୱବିଦ୍ୟାଳୟର…

Leave a Reply

Your email address will not be published. Required fields are marked *

You Missed

ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

ଦାଦା, ଖୁଡି, ଭଉଣୀକୁ ହାଣିଲା ପୁତୁରା, ୨ ମୃତ

ଦାଦା, ଖୁଡି, ଭଉଣୀକୁ  ହାଣିଲା ପୁତୁରା, ୨ ମୃତ

ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

ଆଉ ନାହାନ୍ତି  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ