ହଇଜା ସ୍ଥିତି: ଯାଜପୁରରେ କେନ୍ଦ୍ରୀୟ ଟିମ୍

ଯାଜପୁର : ହଇଜା ସ୍ଥିତି ସମୀକ୍ଷା ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ୍। ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛି ୧୪ ଜଣିଆ କେନ୍ଦ୍ରୀୟ ଟିମ୍। ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରୁଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଯାଜପୁର ସାଂସଦ, ବଡ଼ଚଣା ଓ ଧର୍ମଶାଳା ବିଧାୟକ, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିଛନ୍ତି । ଯାଜପୁର ଜିଲ୍ଲାରେ କିଛି ଆକ୍ରାନ୍ତଙ୍କ ପାଖରେ କଲେରା ବ୍ୟାକ୍ଟେରିଆ ଚିହ୍ନଟ ପରେ ଚିନ୍ତା ବଢିଛି। ଏହାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଯାଜପୁର ଗସ୍ତ କରିଛନ୍ତି। ଜିଲ୍ଲାରେ ଝାଡାବାନ୍ତିରେ ମୋଟ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର । ଯାଜପୁରରେ ୧୧ କଲେରା କେସ୍ ଚିହ୍ନଟ ହେବା ପରେ ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନପିଇବାକୁ ପରାମର୍ଶ ଦିଆଯାଇଛି । ସମ୍ପୃକ୍ତ ଅଂଚଳଗୁଡିକରେ ଥିବା ଜଳଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଛି ।

  • Related Posts

    ନିଆଁ ଲାଗି ମହିଳା ମୃତ

    ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରଥୀପୁର ଗାଁରେ ଅଘଟଣ । ନିଆଁ ଲାଗି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ ବୋଲି ଜଣାପଡିଛି । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌…

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୩ ଦିନିଆ ଓଡିଶା ଗସ୍ତରେ ଆସି ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ