୨ ନାବାଳକଙ୍କ ଝୁଲନ୍ତା ମୃତଦେହ ଜବତ

ନୟାଗଡ : ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସୋମବାର ହଇଚଇ ସୃଷ୍ଟି କରିଛି। ଘର ଭିତରୁ ମିଳିଛି ୨ ନାବାଳକଙ୍କ ଝୁଲନ୍ତା ମୃତଦେହ। ସହେନ୍ଦଜନକ ଅବସ୍ଥାରେ ପୁଲିସ ୨ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ବୟସ ୧୪ ଓ ୧୨ ବର୍ଷ ହେବ।

ସୂଚନାନୁଯାୟୀ ବାପାଙ୍କ ୨ୟ ବିବାହ ପ୍ରସ୍ତାବ ଆସିବା ପରେ ଉଭୟ ନାବାଳକ ଆତ୍ମହତ୍ୟା କରିଛନ୍ତି ବୋଲି ସେମାନଙ୍କ ପରିବାର ଲୋକେ, ଜେଜେବାପା ଓ ତାଙ୍କ ବାପା ଅଚ୍ୟୁତ କହିଛନ୍ତି। ମାତ୍ର ସେପଟେ ବାପା ନିଜ ପୁଅଙ୍କୁ ହତ୍ୟା କରି ଟାଙ୍ଗି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଖବର ପାଇ ଫତେଗଡ ପୁଲିସ ପହଞ୍ଚି ନାବାଳକଙ୍କ ବାପାକୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ନାବାଳକଙ୍କ ମାଆଙ୍କ ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

  • Related Posts

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଠାରେ ରାକ୍ଷୀ ପୂର୍ଣ୍ଣମୀ ଦିନ କୋଲ୍ଡ ଡ୍ରିଙ୍କ୍‌ ପିଆଇବାକୁ ଡାକି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡିତାଙ୍କୁ ସଂପର୍କୀୟ…

    Continue reading
    ଆଖିବୁଜିଲେ ବରଗଡ଼ ନାବାଳିକା

    ବରଗଡ଼: ଦୁଃଖଦ…ଆଖିବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା । ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ

    “ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”