୨୦୨୬ରୁ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା

ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୬ରୁ ବର୍ଷକୁ ୨ଟି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ଶିକ୍ଷା ବର୍ଷରେ ଶିକ୍ଷାର୍ଥୀମାନେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାର ସୁଯୋଗ ପାଇବେ। ୨୦୨୬ରୁ ସିବିଏସ୍‌ଇ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ କରିବ ବୋଲି ଆଜି ଘୋଷଣା କରିଛି।

ସିବିଏସ୍‌ଇର ଘୋଷଣା ଅନୁଯାୟୀ, ପ୍ରଥମ ବୋର୍ଡ ପରୀକ୍ଷା ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ଏହା ବାଧ୍ୟତାମୂଳକ। ଅର୍ଥାତ ସମସ୍ତ ସିବିଏସ୍‌ଇ ୧୦ମ ଶ୍ରେଣୀ ପିଲା ଏହି ପରୀକ୍ଷା ଦେବାକୁ ବାଧ୍ୟ। ପ୍ରଥମ ବୋର୍ଡ ପରୀକ୍ଷା ପରେ ମେ’ ମାସରେ ପିଲାଙ୍କୁ ଆଉ ଏକ ସୁଯୋଗ ମିଳିବ। ମେ’ ମାସରେ ହେବାକୁ ଥିବା ପରୀକ୍ଷା ସଂପୂର୍ଣ୍ଣ ଭାବେ ଇଚ୍ଛାଧୀନ ରହିବ।ଯେଉଁ ପିଲାମାନେ ଚାହିଁବେ, ଏହି ପରୀକ୍ଷା ଦେଇ ପରିବେ। ପିଲାଙ୍କୁ ନିଜର ମାର୍କ ବୃଦ୍ଧି କରିବାକୁ ଏହି ପରୀକ୍ଷା ଗୋଟିଏ ସୁଯୋଗ ଦେବ। ଏହାର ଅର୍ଥ ଯଦି କୌଣସି ପିଲା ପ୍ରଥମ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରହିବ ନାହିଁ ବୋଲି ଅନୁଭବ କରୁଛନ୍ତି, ତା’ହେଲେ ସେ ମେ’ ମାସରେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ।

କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଶିକ୍ଷା ନୀତିରେ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷାର ବ୍ୟବସ୍ଥା ରହିଛି। ଏହାକୁ ସିବିଏସ୍‌ଇ ୧୦ ଶ୍ରେଣୀ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜ କହିଛନ୍ତି, “ପ୍ରଥମ ପର୍ୟ୍ୟାୟ ପରୀକ୍ଷା ଫେବୃଆରୀ ଓ ଦ୍ୱିତୀୟ ପରୀକ୍ଷା ମେ’ ମାସରେ ହେବ। ଏପ୍ରିଲ ଓ ଜୁନ ମାସରେ ଯଥାକ୍ରମେ ଦୁଇଟି ଯାକ ପରୀକ୍ଷା ଫଳ ପ୍ରକାଶ ପାଇବ। ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ। ଦ୍ୱିତୀୟ ପରୀକ୍ଷା ଇଚ୍ଛାଧୀନ। ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ଭାଷା ବିଷୟ ଭିତରୁ ୩ଟିରେ ମାର୍କ ବୃଦ୍ଧି ପାଇଁ ପରୀକ୍ଷା ଦେବାକୁ ମଧ୍ୟ ଅନୁମତି ପାଇବେ।”

ସିବିଏସ୍‌ଇ କହିଛି ଯେ ଶୀତ କାଳୀନ ସ୍କୁଲର ୧୦ମ ଶ୍ରେଣୀ ପିଲାମାନେ ଦୁଇଟି ବୋର୍ଡ ପରୀକ୍ଷା ମଧ୍ୟରୁ ଗୋଟିଏକୁ ବିକଳ୍ପ ଭାବେ ବାଛି ପାରିବେ।

  • Garvita Odia

    Related Posts

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି (ଶୁକ୍ରବାର) ନୂଆ ଦଳ ଘୋଷଣା କରିପାରନ୍ତି। ସେ ସନ୍ଧ୍ୟାରେ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ସମ୍ମିଳନୀରେ ନୂତନ ଦଳ/ସଂଗଠନ…

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ମୁକାବିଲା କରିବାକୁ ବିରୋଧୀ କରିଥିବା ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏହି ମେଣ୍ଟରୁ ଓହରି ଯାଇଥିବା ଆଜି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସ୍ପଷ୍ଟ…

    Leave a Reply

    Your email address will not be published. Required fields are marked *

    You Missed

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ଚିଠି

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌