୫୦୬ ସହକାରୀ ପ୍ରାଣୀ ଚିକିତ୍ସକ ପଦବି ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମାକୁ ୪୨ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି । ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷ ଥାଇ ମଧ୍ୟ ନିଯୁକ୍ତି ପାଇଁ ପ୍ରଥମ ବିଜ୍ଞପ୍ତି ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପ୍ରକାଶ କରିଛି ।

ରାଜ୍ୟରେ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ୫୦୬ଟି ସହକାରୀ ପ୍ରାଣୀ ଚିକିତ୍ସକ(ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ/ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ) ପଦବି ପୂରଣ ପାଇଁ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଯାହାକୁ ଆଶାୟୀ ଛାତ୍ରମାନଙ୍କ ମଧ୍ୟରୁ ବହୁ ଛାତ୍ରନେତା ସ୍ୱାଗତ କରିଛନ୍ତି । ତେବେ ଏହି ପଦବିଗୁଡ଼ିକରୁ ୧୬୭ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩୭ଟି ଅଣସଂରକ୍ଷିତ ରହିଛି। ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ପାଇଁ ୭୯, ୧୪୯ଟି ଅନୁସୂଚିତ ଜାତି ଓ ୨୪୧ଟି ଅନୂସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ଦିବ୍ୟାଙ୍ଗଙ୍କ ପାଇଁ ୪୯ଟି ଥିବା ବେଳେ ୧୩ଟି କ୍ରୀଡ଼ାବିତଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରାଣୀ ବିଜ୍ଞାନ ଓ ପଶୁଚିକିତ୍ସାରେ ସ୍ନାତକ ଡିଗ୍ରୀ(ବ୍ୟାଚଲର୍‌ ଡିଗ୍ରୀ ଇନ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମାଲ୍‌ ହଜ୍‌ବେଣ୍ଡାରୀ) ହାସଲ କରିଥିବା ଛାତ୍ରଛାତ୍ରୀ ଏ ନେଇ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

  • Garvita Odia

    Related Posts

    ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ଆଉ ମାତ୍ର ଚାରି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏ ନେଇ ଆଜି ପୁରୀରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୃଙ୍ଖଳିତ ରଥଯାତ୍ରା ନେଇ ଆଜି ବସିଛି ତୃତୀୟ ବା ଶେଷ ରଥ ସମନ୍ବୟ ବୈଠକ । ଦିନ…

    ଦାରୁବ୍ରହ୍ମ ସୁସ୍ଥ ,ଶ୍ରୀମନ୍ଦିରରେ ଶୁଭିଲା ଘଣ୍ଟ, ଘଣ୍ଟି ଓ କାହାଳୀ ଧ୍ୱନି

    ପୁରୀ: ଶ୍ରୀମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ଅଣସର ଉପଚାର । ୧୧ ଦିନର ନିରବଚ୍ଛିନ୍ନ ସେବା ପରେ । ଶନିବାର ଖଳିଲାଗି ଏକାଦଶୀରେ ଏଭଳି ଶୁଭ ସୂଚନା ମିଳିଛି ଶ୍ରୀମନ୍ଦିରରୁ । ଦଶମୂଳ ମହୌଷଧି ଅର୍ପଣ ପରେ ମହାପ୍ରଭୁ ପୂରା…

    Leave a Reply

    Your email address will not be published. Required fields are marked *

    You Missed

    ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ଦାରୁବ୍ରହ୍ମ ସୁସ୍ଥ ,ଶ୍ରୀମନ୍ଦିରରେ ଶୁଭିଲା ଘଣ୍ଟ, ଘଣ୍ଟି ଓ କାହାଳୀ ଧ୍ୱନି

    ଦାରୁବ୍ରହ୍ମ ସୁସ୍ଥ ,ଶ୍ରୀମନ୍ଦିରରେ ଶୁଭିଲା ଘଣ୍ଟ, ଘଣ୍ଟି ଓ କାହାଳୀ ଧ୍ୱନି

    ସୋମବାର ସରିବ ଏନ୍‌ଟିଇଟି ଅନ୍‌ଲାଇନ୍ ଆବେଦନ

    ସୋମବାର ସରିବ ଏନ୍‌ଟିଇଟି ଅନ୍‌ଲାଇନ୍ ଆବେଦନ

    ୫୦୬ ସହକାରୀ ପ୍ରାଣୀ ଚିକିତ୍ସକ ପଦବି ପାଇଁ ବିଜ୍ଞପ୍ତି

    ୫୦୬ ସହକାରୀ ପ୍ରାଣୀ ଚିକିତ୍ସକ ପଦବି ପାଇଁ  ବିଜ୍ଞପ୍ତି

    ଟ୍ରମ୍ପଙ୍କୁ ଚେତାବନୀ ଦେଲା ଇରାନ୍‌:ତୁମେ ଆରମ୍ଭ କରିଛ ଆମେ ଶେଷ କରିବୁ

    ଟ୍ରମ୍ପଙ୍କୁ ଚେତାବନୀ ଦେଲା ଇରାନ୍‌:ତୁମେ ଆରମ୍ଭ କରିଛ ଆମେ ଶେଷ କରିବୁ

    ‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌ ଧୋକା’

    ‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌ ଧୋକା’