ଆପ୍‌କୁ ମିଳିବ ନାହିଁ ହ୍ୟାଟ୍ରିକ ବିଜୟ

ନୂଆଦିଲ୍ଲୀ: ହାଇଭୋଲଟେଜ ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଶେଷ ହୋଇଛି। ସମସ୍ତ ୭୦ଟି ଯାକ ଆସନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀରେ ପ୍ରାୟ ୫୮% ଭୋଟିଂ ହୋଇଛି। ଭୋଟିଂ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ଜାରି କରାଯାଇଛି। ଅଧିକାଂଶ ସର୍ଭେ ସଂସ୍ଥା ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌କୁ ହ୍ୟାଟ୍ରିକ ବିଜୟ ମିଳିବ ନାହିଁ ବୋଲି ଆକଳନ କରିଛନ୍ତି। ସେହିପରି ବିଜେପି ଦିଲ୍ଲୀ ବିଜୟ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ତା’ହା ଏଥର ସାକାର ହେବ ବୋଲି ଏକଜିଟ ପୋଲରେ ଦାବି କରାଯାଇଛି। ୨୦୧୫ ଓ ୨୦୨୦ ଭଳି କଂଗ୍ରେସ ଏଥର ମଧ୍ୟ ଦିଲ୍ଲୀରେ ନୈରାଶ୍ୟଜନକ ରେଜଲ୍ଟ କରିବ।

୨୦୧୩ରେ ଆପ୍‌ ପ୍ରଥମଥର ଦିଲ୍ଲୀରେ କ୍ଷମତା ଦଖଲ କରିଥିଲା। ଏହି ସମୟରେ ଦଳ କଂଗ୍ରେସ ସମର୍ଥନରେ ସରକାର କରିଥିଲା। କିନ୍ତୁ ଅରବିନ୍ଦ କେଜ୍ରିୱାଲ ମାତ୍ର କିଛି ଦିନ ପରେ ଇସ୍ତଫା ଦେବାରୁ ୨୦୧୫ରେ ପୁଣି ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୫ରେ ଆପ୍‌ ଏକାକୀ ରେକର୍ଡ ୬୭ଟି ଆସନ ଜିତିଥିଲା। ବିଜେପି ୩ଟି ଓ କଂଗ୍ରେସ ଖାତା ଖୋଲି ପାରି ନଥିଲା। ୨୦୨୦ରେ ଆପ୍‌ ପୁଣି ୬୨ଟି ଓ ବିଜେପି ୮ଟି ଆସନରେ ବାଜିମାତ କରିଥିଲା।

୨୦୨୫ରେ ବିଜେପି ଜତିବା ସହ ୨୭ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକଜିଟ ପୋଲରେ କୁହାଯାଇଛି। ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ସକ୍ଷମ ହେବ। କିନ୍ତୁ ମ୍ୟାଟ୍ରିଜ ନାମକ ସଂସ୍ଥା ଦିଲ୍ଲୀରେ କାଣ୍ଟେ କା ଟକ୍କର ହେବ ବୋଲି ଆକଳନ କରିଛି। ସେହିପରି ୱି ପ୍ରିସାଇଡ କହିଛି ଯେ ବିଜେପି ୧୮ରୁ ୨୩, ଆପ୍‌ ୪୬ରୁ ୫୨ ଓ କଂଗ୍ରେସ ଶୂନରୁ ୧ଟି ଆସନ ଜିତିବ।

  • Related Posts

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ…

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ