ଆମେରିକାରୁ ଭାରତ ଫେରିଲେ ୨୦୫ ଅବୈଧ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାର୍ୟ୍ୟଭାର ସମ୍ଭାଳିବାର ସପ୍ତାହେ ମଧ୍ୟରେ ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିରେ ଆମେରିକାରେ ବେଆଇନ ଭାବେ ରହୁଥିବା ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଟ୍ରମ୍ପ ଦେଶାନ୍ତର କରିଛନ୍ତି। ବୁଧବାର ଆମେରିକାର ଏକ ସାମରିକ ବିମାନରେ ୧୩ଜଣ ଶିଶୁଙ୍କ ସହ ମୋଟ୍ ୧୦୪ ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସର ବିମାନ ବନ୍ଦରରେ ଅବତରଣ କରିଛନ୍ତି।

ମଙ୍ଗଳବାର ସମସ୍ତ ଯାତ୍ରୀଙ୍କୁ ନେଇ ଏକ ସି୧୭ ଆମେରିକୀୟ ସାମରିକ ବିମାନ ଟେକ୍ସସରେ ଥିବା ସାନ ଆଣ୍ଟୋନିଓ ବିମାନବନ୍ଦରରୁ ଅମୃତସର ଅଭିମୁଖେ ଉଡାଣ ଭରିଥିଲା। ବୁଧବାର ମଧ୍ୟାହ୍ନ ୧ଟା ୫୯ରେ ଅମୃତସରରେ ଥିବା ଶ୍ରୀ ଗୁରୁ ରାମ ଦାସ ଜୀ ଇଣ୍ଟରନେସନାଲ ଏୟାରପୋର୍ଟରେ ଏହି ବିମାନଟି ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ପାଛୋଟି ନେବାକୁ ସ୍ଥାନୀୟ ଅଧିକାରୀ ଓ ପୋଲିସ ପ୍ରସ୍ତୁତ ହୋଇ ରହିଥିଲେ। ଆମେରିକୀୟ ଦୁତାବାସରୁ ଜଣେ ପ୍ରତିନିଧି ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ।

ବିମାନରେ ଥିବା ୧୦୪ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ହରିୟାନା ଓ ଗୁଜୁରାଟରୁ ୩୩ ଜଣ ଯାତ୍ରୀ ଥିବା ବେଳେ ପଞ୍ଜାବରୁ ୩୦ ଜଣ ଯାତ୍ରୀ ରହିଛନ୍ତି। ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୩ଜଣ ଲେଖାଏଁ ଥିବା ବେଳେ ଚଣ୍ଡିଗଣରୁ ୨ ଜଣ ଯାତ୍ରୀ ରହିଛନ୍ତି। ସମସ୍ତ ଯାତ୍ରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ମେକ୍ସିକୋ ବୋର୍ଡର ନିକଟରୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ