ଭୁବନେଶ୍ୱର:ସୁନ୍ଦର ପିଚାଇଙ୍କୁ କିଏ ନଜାଣେ। ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସୁନ୍ଦର ପିଚାଇ ଜଣେ ମାସାଂହାରୀ ନୁହନ୍ତି ତେଣୁ ସେ ପ୍ରୋଟିନ୍ ଆବଶ୍ୟକତା ପୁରଣ କରିବା ପାଇଁ କେବଳ ଟୋଷ୍ଟ ସହିତ ଅଣ୍ଡା ଖାଆନ୍ତି । ସକାଳୁ ଉଠିବା ପରେ ସେ ଦୁଇଟି କାମ କରିବାକୁ ଆଦୌ ଭୁଲନ୍ତି ନାହିଁ । ସକାଳ ୬.୩୦ରୁ ୭ ଟା ଭିତରେ ଉଠିବା ପରେ ସେ ତୁରନ୍ତ ନିଉଜ ପଢ଼ିବା ଆରମ୍ଭ କରନ୍ତି ଆଉ ତାସାଥିରେ ଚା ନିଶ୍ଚିତ ପିଅନ୍ତି । ବିନା ଚା ରେ ତାଙ୍କର ଦିନ ଆରମ୍ଭ ହୁଏନାହିଁ । ତେବେ ଭାରତରେ ଥିଲେ ଯଦି ବାଙ୍ଗାଲୁରୁ ତେବେ ଦୋସା, ଦିଲ୍ଲୀରେ ଥିଲେ ଛୋଲେ ଭଟୁରେ ଆଉ ମୁମ୍ବାଇରେ ଥିଲେ ୱଡାପାଓ ଖାଇପାର ସୁଯୋଗ ସେ କେବେ ହାତଛଡା କରନ୍ତି ନାହିଁ ।
କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?
ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…





