ନିଲମ୍ବନ ନୁହେଁ, ବହିଷ୍କାର କରାଯାଇଥିଲେ ଖୁସି ହୋଇଥାନ୍ତି : ସୌଭିକ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ବିଜେଡିରୁ ନିଲମ୍ବିତ ହେବା ପରେ ବିଧାୟକ ସୌଭିକ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯେଉଁଦିନ ମୋ ବାପାଙ୍କୁ ବିଜେଡି ଦଳକୁ ବହିଷ୍କାର କରାଯାଇଥିଲା ମୁଁ ମଧ୍ୟ ସେହି ଦିନ ବିଜେଡି ଦଳରୁ ବହିଷ୍କାର ହୋଇଛି ବୋଲି ଭାବିଥିଲି । ମୁଁ ଭାବିଥିଲି ମୋତେ ଦଳରୁ ବହିଷ୍କାର କରିବେ । ମୋ ବାପା ନବୀନ ନିବାସରେ ସଂତୃପ ମିଶ୍ରଙ୍କୁ ରାଜ୍ୟସଭା ପାର୍ଥି ନ କରିବାକୁ ପ୍ରସ୍ତାବ ରଖିଥିଲେ । କାରଣ ମୂଳରୁ ଦଳ ଗଠନରେ ତାଙ୍କର ଅବଦାନ କିଛି ନାହିଁ, ଏହା ଦଳର ସ୍ବାର୍ଥରେ ଥିଲା।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ମୋତେ ନବୀନ ନିବାସ ଡକାଯାଇଥିଲା । ମୋ ସାଙ୍ଗରେ୭ ଜଣ ବିଧାୟକ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେତେବେଳେ ନିର୍ମାଲ୍ୟ ଛୁଇଁ ବିଜେଡି ପାର୍ଥୀଙ୍କୁ ଭୋଟ ଦେବାକୁ କୁହାଯାଇଥିଲା। କିନ୍ତୁ ମୁଁ ନବୀନ ବାବୁଙ୍କୁ ହାତ ଯୋଡି ସତ କହିଥିଲି ମୁଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବି ନାହିଁ । ମୋ ପିତାଙ୍କୁ ଅସମ୍ମାନ କରାଯାଇଛି, ପୁତ୍ର ହୋଇ ମୁଁ କେମିତି ତାଙ୍କ ବିରୋଧରେ ଯାଇପାରିବି ଜ୍ଝ ମୋ ବାପାଙ୍କୁ ଯେଉଁଭଳି ଅତ୍ୟାଚାର କରାଯାଇଛି ମୁଁ ସହି ପାରିବିନାହିଁ । ୨୦୦୪ରେ ପ୍ରଭାତ ବିଶ୍ୱାଳ ଟିକେଟ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ଟିକେଟ ଦିଆଗଲାନାହିଁ।

ମୋ ବାପା ବାରମ୍ବାର ବିଧାୟକ ଭାବରେ ବିଜୟ ଲାଭ କରିଛନ୍ତି । ୩୬ ସଂଘରେ ୩୦ ବର୍ଷ ହେବ ସଭାପତି ଏବଂ ଉପଦେଷ୍ଟା ଭାବରେ କାଯ୍ୟ କରିଆସୁଛନ୍ତି। ଆମେ ଅର୍ଥ ଲୋଭୀ ନୁହେଁ । ଆମେ ନା ପୂର୍ବରୁ ଅର୍ଥ ପାଇଁ ଲଢ଼ିଛି ନା ପରେ ନା ଭବିଷ୍ୟତ ରେ କରିବୁ ଘୋଡା ବେପାର ଏବଂ ପ୍ରଭାତ ବିଶ୍ୱାଳ ଦୁଇଟି ଅଲଗା ଅଲଗା ରାସ୍ତା । ନବୀନ ବାବୁଙ୍କ ପ୍ରତି ମୋର ସମ୍ମାନ ଅଛି କିନ୍ତୁ ନବୀନ ବାବୁଙ୍କ ପାଖରେ ଥିବା କିଛି ଲୋକ ପ୍ରଭାତ ବିଶ୍ୱାଳ ବିରୋଧରେ କହିଆସିଛନ୍ତି ବୋଲି ସେ କହିଛନ୍ତି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    One thought on “ନିଲମ୍ବନ ନୁହେଁ, ବହିଷ୍କାର କରାଯାଇଥିଲେ ଖୁସି ହୋଇଥାନ୍ତି : ସୌଭିକ”

    1. ସୌଭିକ ବିଶ୍ୱାଳଙ୍କ ପିତାଭକ୍ତି ଓ ସତ୍ୟନିଷ୍ଠାକୁ ସମ୍ମାନ ଜଣାଉଛି, କିନ୍ତୁ ଦଳୀୟ ଶିଷ୍ଟାଚାର ଓ ଏକତା ବଜାୟ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ