ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାର ବିକାଶ ମଣିଷକୁ ଆନେକ ଆଶ୍ଚର୍ଯ୍ୟ କଲାଭଳି କାମ କରାଇପାରୁଛି । ନିକଟରେ ଆମେରିକାର ଏକ ଫ୍ୟାଶନ୍ ଶୋର ଆୟୋଜକମାନେ ପରିବେଶ ଅନୁକୂଳ ଓ ପ୍ରାଣୀଜ ଉପାଦାନର ବିକଳ୍ପ ସାମଗ୍ରୀରୁ ପୋଷାକ ପ୍ରସ୍ତୁତ ନିମନ୍ତେ ଡିଜାଇନରମାନଙ୍କୁ ଆହ୍ୱାନ କରିଥିଲେ । ୧୦ ଜଣ ଫାଇନାଲିଷ୍ଟଙ୍କ ଭିତରୁ କମଳା ଚୋପାରୁ ତିଆରି ରେଶମ ପରି କପଡ଼ା, ଅଙ୍ଗୁର, ସପୁରୀ ଇତ୍ୟାଦି ଅବଶିଷ୍ଟରୁ ପ୍ରସ୍ତୁତ ଚମଡ଼ାର ବିକଳ୍ପ, ସୋୟାବିନ୍ରୁ କ୍ୟାଶମିୟର୍ର ବିକଳ୍ପ ଓ ମକାରୁ ପ୍ରସ୍ତୁତ ତନ୍ତୁ ବ୍ୟବହାର କରାଯାଇଥିଲା । କେତେ ଜଣ ଡିଜାଇନର୍ ଉଦ୍ଭିଦ ଭିତ୍ତିକ ଫର୍ ଓ ପ୍ରାକୃତିକ ଲାଟେକ୍ସ୍କୁ ମଧ୍ୟ ନିଜ ଡିଜାଇନ୍ରେ ସାମିଲ କରିଥିଲେ । ପାରମ୍ପରିକ ସାମଗ୍ରୀର ବିକଳ୍ପ ଖୋଜିବାର ଏହି ପ୍ରୟାସ ଭାରତରେ ଧାନ ନଡ଼ା, କଦଳୀ ଗଛର ତନ୍ତୁ, ନଡ଼ିଆ କତା, ଆଖୁ ଛେଦା ଓ ପୁରୁଣା ପୋଷାକରୁ ନୂଆ ସାମଗ୍ରୀ ତିଆରି କରିବାର ଅନେକ ସମ୍ଭାବନା ରହିଛି । ଇଟାଲିର ‘ଅରେଞ୍ଜ୍ ଫାଇବର୍’ ନାମକ ଏକ ଅନୁଷ୍ଠାନ କମଳା ରସ ତିଆରି ପରେ ବଳିପଡୁଥିବା ଚୋପାରୁ ସେଲୁଲୋଜ୍ ବାହାର କରି କପଡ଼ା ତିଆରି କରିବାର ପ୍ରଯୁକ୍ତି ବିକଶିତ କରିଛି । ଏହି କପଡ଼ା ମସୃଣ ଓ ଆକର୍ଷଣୀୟ ହୋଇଥିବାରୁ ଫ୍ୟାସନ୍ ପୋଷାକରେ ବ୍ୟବହାର କରାଯାଇପାରେ । ଏହି ସାମଗ୍ରୀରେ ଜୋତା, ବ୍ୟାଗ୍ ଓ ଫ୍ୟାସନ୍ ଆସେସୋରିଜ୍ ପ୍ରସ୍ତୁତ କରିବା ପାଇଁ ବି ଯୋଜନା ହେଉଛି । ଯଦି ଏହି ଶିଳ୍ପର ବ୍ୟବସାୟୀକରଣ ପାଇଁ ପରିବେଶ ଅନୁକୂଳ ପାଣି ଖର୍ଚ୍ଚ, ରସାୟନ ପ୍ରାୟୋଗ କରାଯାଇ ପାରିବ ତେବେ କୃଷକଙ୍କ ଆୟ ବଢ଼ିପାରିବ, ନୂଆ ରୋଜଗାର ସୃଷ୍ଟି ହୋଇପାରିବ ଏବଂ ପୋଷାକ ଶିଳ୍ପରେ ବର୍ଜ୍ୟର ପରିମାଣ ବି କମିପାରିବ ।
ବିନା ପେଟ୍ରୋଲ, ଡିଜେଲ, ସିଏନ୍ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି
ନୂଆଦିଲ୍ଲୀ : ଦେଶରେ ଏବେ ଖୁବ୍ଶୀଘ୍ର ବିନା ତେଲ କିି ବ୍ୟାଟେରୀରେ ଗାଡି ଚାଲିବ। ଦିନକୁ ଦିନ ବଢ଼ୁ୍ଥିବା ପ୍ରଦୂଷଣ ରୋକି ବାକୁ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋିଛି ଯେଉଁଥିରେ ଇ-୮୫ ସହିତ ଇ-୧୦୦କୁ…



