ଭୁବନେଶ୍ୱର/ବିଶାଖାପାଟଣା: ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ୟାପକ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଅକ୍ଟୋବର ୨୯ରୁ ନଭେମ୍ବର ୪/୫ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ୍ କରାଯାଇଛି ।
ବାତିଲ୍ ହୋଇଥିବା ପ୍ରମୁଖ ଟ୍ରେନ୍ଗୁଡ଼ିକ:
୧୮୫୧୫/୧୮୫୧୬ ବିଶାଖାପାଟଣା–କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ୍ (୨୯ ଅକ୍ଟୋବରରୁ ୪ ନଭେମ୍ବର)
୧୮୧୦୭ ରାଉରକେଲା–ଜଗଦଲପୁର ଇଣ୍ଟରସିଟି (୨୯ ଅକ୍ଟୋବରରୁ ୪ ନଭେମ୍ବର)
୧୮୧୦୮ ଜଗଦଲପୁର–ରାଉରକେଲା ଇଣ୍ଟରସିଟି (୩୦ ଅକ୍ଟୋବରରୁ ୫ ନଭେମ୍ବର)
ଅକ୍ଟୋବର ୩୧ ମଧ୍ୟରେ
୧୮୫୧୨ ବିଶାଖାପାଟଣା–କୋରାପୁଟ ଏକ୍ସପ୍ରେସ୍ (୩୦ ଅକ୍ଟୋବର)
୧୮୫୧୧ କୋରାପୁଟ–ବିଶାଖାପାଟଣା ଏକ୍ସପ୍ରେସ୍ (୩୧ ଅକ୍ଟୋବର)
ଦୂରଗାମୀ ଓ ଅନ୍ୟାନ୍ୟ ଏକ୍ସପ୍ରେସ୍ ଟ୍ରେନ୍
୧୨୭୦୪ ସିକନ୍ଦରାବାଦ–ହାୱଡ଼ା ଫାଲକନୁମା (୨୭ ଅକ୍ଟୋବର) ଓ ୧୨୭୦୩ ହାୱଡ଼ା–ସିକନ୍ଦରାବାଦ ଫାଲକନୁମା (୨୯ ଅକ୍ଟୋବର)
୧୭୦୧୬ ସିକନ୍ଦରାବାଦ–ଭୁବନେଶ୍ୱର ନୂଆ ବିଶାଖା (୨୭ ଅକ୍ଟୋବର) ଓ ୧୭୦୧୫ ଭୁବନେଶ୍ୱର ନୂଆ–ସିକନ୍ଦରାବାଦ ବିଶାଖା (୨୯ ଅକ୍ଟୋବର)
୨୦୮୧୦ ନାନ୍ଦେଡ୍–ସମ୍ବଲପୁର ନାଗାବଳୀ (୨୭ ଅକ୍ଟୋବର) ଓ ୨୦୮୦୯ ସମ୍ବଲପୁର–ନାନ୍ଦେଡ୍ ନାଗାବଳୀ (୩୦ ଅକ୍ଟୋବର)
୨୨୮୮୨ ଭୁବନେଶ୍ୱର–ପୁଣେ (୨୭ ଅକ୍ଟୋବର) ଓ ୨୨୮୮୧ ପୁଣେ–ଭୁବନେଶ୍ୱର (୨୯ ଅକ୍ଟୋବର)
୧୭୨୪୩ ଗୁଣ୍ଟୁର–ରାୟଗଡ଼ା (୨୭ ଅକ୍ଟୋବର) ଓ ୧୭୨୪୪ ରାୟଗଡ଼ା–ଗୁଣ୍ଟୁର (୨୮ ଅକ୍ଟୋବର)
୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ା ଷ୍ଟେସନ୍ରେ ଯାତ୍ରା ଶେଷ କରିବ ।
୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ବଦଳରେ ରାୟଗଡ଼ାରୁ ନିଜର ଫେରନ୍ତା ଯାତ୍ରା ଆରମ୍ଭ କରିବ । ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅର୍ଣ୍ଣବର ଭୟଙ୍କର ରୂପ ଏବେ ଦୃଶ୍ୟମାନ ହେଉଛି । ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚିଛି । ପୁଡୁଚେରୀର ୟାନମ୍ ନିକଟରେ ଏହା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ଘୂର୍ଣ୍ଣିଝଡ଼ ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ହେବା ଫଳରେ ଘଣ୍ଟାପ୍ରତି ୧୨୫ ରୁ ୧୩୫ କିଲୋମିଟର ବେଗରେ ପବନ ବହିବ ଏବଂ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିପାରେ । ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଉଚ୍ଚ ଢେଉ ହେବାର ଆଶଙ୍କା ରହିଛି । ସମୁଦ୍ର ଜଳ ନିମ୍ନ ଅଞ୍ଚଳରେ ପ୍ରବେଶ କରିବା ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି। ଘୂର୍ଣ୍ଣିଝଡ଼ର ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଜୋରଦାର କରିଛି ।
ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ:୧୫ ଟଙ୍କାର ଔଷଧକୁ ଲୋକଙ୍କୁ ୩୦୦ ଟଙ୍କାରେ କାହିଁକି ବିକୁଛ?
ନୂଆଦିଲ୍ଲୀ: ଦେଶରେ ଔଷଧ ଦରରେ ରହୁଥିବା ବଡଧରଣର ଅନ୍ତରକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ପ୍ରଶ୍ନ କରିଛନ୍ତି । ଔଷଧର ସର୍ବାଧିକ ଖୁଚୁରା ଦର (ଏମ୍ଆର୍ପି) ଓ ଖୁଚୁରା ବିକ୍ରେତାଙ୍କ ପାଇଁ ଧାର୍ଯ୍ୟ ଦର ମଧ୍ୟରେ ରହୁଥିବା ବଡଧରଣର ଅନ୍ତର…



