ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-ଏସ୍ଆଇଆର ନେଇ ଦାଏର ମାମଲାରେ ନିର୍ବାଚନ ଆୟୋଗଙ୍କ ଜବାବର ପ୍ରତିଜବାବ ଦାଖଲ କରିବା ପାଇଁ ସୁପ୍ରିମ୍କୋର୍ଟ ମଙ୍ଗଳବାର ଆବେଦନକାରୀଙ୍କୁ ୧୦ ଦିନ ସମୟ ଦେଇଛନ୍ତି । ଏହି ମାମଲାରେ ନିର୍ବାଚନ ଆୟୋଗ ନିଜର ୨୪୮ ପୃଷ୍ଠାର ସତ୍ୟପାଠରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବେଆଇନ ପଦକ୍ଷେପ ନିଆଯାଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଭୋଟର ନାମ ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଉପନିର୍ବାଚନ ଆୟୁକ୍ତ ଭାନୁ ପ୍ରକାଶ ୟେତୁରୁଙ୍କ ଜରିଆରେ ଦାଖଲ ଏହି ସତ୍ୟପାଠରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ସମର୍ଥନ ରହିଥିବା ଦର୍ଶାଯାଇଛି ।ଭୋଟର ତାଲିକା ସଂଶୋଧନ ସମ୍ପର୍କିର୍ତ ନିଷ୍ପତ୍ତି ଆଇନସମ୍ମତ ଏବଂ ଆୟୋଗର ତିନି ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ନିର୍ବାଚନ ଆୟୋଗ ନିଜର ସତ୍ୟପାଠରେ ଦର୍ଶାଇଛନ୍ତି ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ମୁଖ୍ୟ ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ବିକାଶ ସିଂହଙ୍କୁ ଆୟୋଗଙ୍କ ଜବାବର ପ୍ରତିଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଆୟୋଗ ସୋମବାର ସନ୍ଧ୍ୟାରେ ନିଜର ଜବାବ ଦାଖଲ କରିଥିଲେ । ଆବେଦନକାରୀଙ୍କ ପ୍ରତିଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୭ରେ ହେବାକୁ ସ୍ଥିର ହୋଇଛି ।
ତିବ୍ଦତରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ
ତିବ୍ଦତ: ଗୁରୁବାର ତିବ୍ଦତରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିବା ଜଣାପଡିଛି । ତେବେ କ୍ଷୟକ୍ଷତିର ଖବର ଏଯାଏ ହସ୍ତଗତ ହୋଇପାରିନାହିଁ । କିନ୍ତୁ ଏହଦ୍ୱାରା ହିମାଳୟ ପାର୍ବତୀୟ ଅଞ୍ଚଳର ପରିବେଶ…






