ଆଜି ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ତଥା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟାକୁ ନେଇ କୌଣସି ବ୍ୟକ୍ତି ବିଶେଷ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୟଭୀତ କରିଲେ କିମ୍ବା ଗୁଜବ ସୃଷ୍ଟି କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ‘ଜିରୋ କାଜୁଆଲିଟି’ଲକ୍ଷ୍ୟ ନେଇ କାର୍ୟ୍ୟ କରିବାକୁ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟତଃ ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ପକ୍କା କୋଠାକୁ ସ୍ଥାନାନ୍ତର କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ବାତ୍ୟା ପ୍ରଭାବରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ତୁରନ୍ତ ରାସ୍ତା ସଫା କରିବା ଏବଂ ବିଦ୍ୟୁତ ସରବରାହ ବ୍ୟାହତ ହେଲେ ତ୍ୱରିତ ମରାମତି ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖିବା ସହ ଭୂସ୍ଖଳନ ର ସମ୍ଭାବନା ଥିବା ଅଞ୍ଚଳ, ଗୋ ସମ୍ପଦ ଓ ଗର୍ଭବତୀ ମାଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ପାରାଦୀପ ଆଇଓସିଏଲ୍ ରିଫାଇନାରୀକୁ କାରଣଦର୍ଶାଅ ନୋଟିସ୍ ଜାରି
ପାରାଦୀପ ଆଇଓସିଏଲ୍ ରିଫାଇନାରୀକୁ ଆଜି ରାଜ୍ୟ ସରକାର କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଓଡିଶା ସରକାରଙ୍କର ନିୟମକୁ ଅଣଦେଖା କରି ଅନୁମୋଦନ ନନେଇ କିଭଳି କର୍ତ୍ତୃପକ୍ଷ ବିଭିନ୍ନ ୟୁନିଟ୍ ନିର୍ମାଣ ଓ ସମ୍ପ୍ରସାରଣ କରିଛନ୍ତି ବୋଲି ସରକାର ପଅଶ୍ନ କରିବା…





