ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି । ଏହି ଟିମ୍‌ରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମ୍‌ଇଟି (DMET) ଅନୀଲ କୁମାର ସାହୁ ସାମିଲ ଅଛନ୍ତି । ପିଜି ପରୀକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଖବର ପ୍ରସାରିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି ।

ଏହି ଉଚ୍ଚସ୍ତରୀୟ ଟିମ୍ ଏମ୍‌କେସିଜିରେ ପହଞ୍ଚି ପରୀକ୍ଷା ପରିଚାଳନା ସହ ଜଡ଼ିତ ବିଭିନ୍ନ ଦସ୍ତାବେଜର ଅନୁଧ୍ୟାନ କରିବା ସହ କଲେଜର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । କେଉଁ ପରିସ୍ଥିତିରେ ଏବଂ କେଉଁ ସ୍ତରରେ ପ୍ରଶ୍ନପତ୍ର ଲିକ୍ ହେଲା, ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି । ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ଟିମ୍ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ଏହି ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ମେଡିକାଲ ଶିକ୍ଷା କ୍ଷେତ୍ରରେ ଏଭଳି ଅନିୟମିତତାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

  • Related Posts

    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading
    ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ମାମଲାର ଆଜି ଶୁଣାଣି

    ଆଜି ହାଇକୋର୍ଟରେ ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ଗତକାଲି ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏଜି ପୀତାମ୍ବର ଆଚାର୍ଯ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ