ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି । ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପ୍ରଥମ ଅକ୍ଷର ‘ଚ’ ରହିଛି । ଏହାପରେ ଟ, ମ, ଗ ଏବଂ ର ରହିଛି। ଏହାପରେ ଯାଇ ଆସୁଛି ‘ଅ’ ଓ ‘ଆ’ ଏବଂ ତା ପରେ ‘ଝ’ ଓ ‘କ’ ।

ସବୁଠୁ ବଡ଼କଥା ହେଉଛି ଦେଶଭକ୍ତି ସଙ୍ଗୀତରେ ବି ଭୁଲ୍ । ବହି ଆରମ୍ଭରୁ ବା ସୂଚୀପତ୍ର ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଆମ ଜାତୀୟ ସଙ୍ଗୀତ’ ଲେଖା ହୋଇଛି । ବନ୍ଦେ ଉତ୍କଳ ଜନନୀରେ ‘ଘନ ଘନ ବନଭୂମି’କୁ ‘ଘନ ବନଭୂମି’ ଲେଖା ହୋଇଥିବା ବେଳେ ଜାତୀୟ ସଙ୍ଗୀତରେ ଉତ୍କଳ ବନାନ ମଧ୍ୟ ଭୁଲ୍ ରହିଛି । ଯାହାକୁ ନେଇ ଅବିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

​​​​​​ପ୍ରଥମ ଶ୍ରେଣୀ ବହି ତ୍ରୁଟି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର ଚାହୁଁଛନ୍ତି ଭବିଷ୍ୟତ ପିଢ଼ି ମୁର୍ଖ ହୁଅନ୍ତୁ। କେତେ ଭୁଲ କଥା କହି ସେମାନଙ୍କୁ ଭୁଲେଇ ହେବ ସେ କଥା ସରକାର କରୁଛନ୍ତି। କିନ୍ତୁ ସରକାର ସଜାଗ ହେଉନାହାନ୍ତି। ନହେଲେ ବାରମ୍ବାର ଏମିତି ଭୁଲ କରନ୍ତେ ନାହିଁ। ତେବେ ପ୍ରମିଳା ମଲ୍ଲିକଙ୍କ ଅଭିଯୋଗର ଜବାବ ରଖିଛି ବିଜେପି। ସରକାର ମାନିଛନ୍ତି ବହିରେ ତ୍ରୁଟି ହୋଇଛି ବୋଲି। ସେଥିପାଇଁ ପଦକ୍ଷେପ ନେଇଛନ୍ତି ଗୋଟିଏ ରିଫର୍ମ ଆଣିଲେ ଏମିତି ସବୁ ତ୍ରୁଟି ସାମ୍ନାକୁ ଆସେ। କିନ୍ତୁ ବିଗତ ସରକାର ଚାହୁଁନଥିଲେ ରିଫର୍ମ ଆସୁ ବୋଲି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ମାମଲାର ଆଜି ଶୁଣାଣି

    ଆଜି ହାଇକୋର୍ଟରେ ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ଗତକାଲି ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏଜି ପୀତାମ୍ବର ଆଚାର୍ଯ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ