ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର

ଭୁବନେଶ୍ୱର : ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଜଙ୍ଗଲବାବୁ ଗିରଫ ହୋଇଛନ୍ତି । ରାମଚନ୍ଦ୍ର ନେପାକଙ୍କୁ ଶନିବାର ଭିଜିଲାନ୍ସ ଟିମ୍‌ ଗିରଫ କରିଛି । ରେଞ୍ଜର ବାବୁଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯିବା ସହ ତାଙ୍କ ଘରୁ ପ୍ରାୟ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ କେଜି ସୁନା ଜବତ ହୋଇଥିଲା । ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି । ଭିଜିଲାନ୍ସ ଟିମ୍‌ ଅଧିକରୁ ଅଧିକ ତଦନ୍ତ କରିବା ସହ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ୧୯୮୯ରୁ ରାମଚନ୍ଦ୍ର ନେପାକ କୋରାପୁଟ ରେଞ୍ଜ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଅଧିନରେ ଗ୍ରାମ୍ୟ ବନ କର୍ମଚାରୀ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ପରେ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଆଞ୍ଚଳିକ ବନ ବିଭାଗ ସହ ମିଶ୍ରଣ ହେବା ଦ୍ୱାରା ସେ ଜୟପୁର ବନ ବିଭାଗରେ ନିଯୁକ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ପଦୋନ୍ନତି ହୋଇ ବର୍ତ୍ତମାନ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ୟ୍ୟରତ ଅଛନ୍ତି । ତାଙ୍କର ମାସିକ ଦରମା ୬୯ହଜାର ୬୮୦ଟଙ୍କା ବୋଲି ଜଣାପଡିଛି । ତେବେ ଏତିକି ଦରମାରେ ଜଣେ ଅଧିକାରୀ ଏତେ ସମ୍ପତ୍ତି ଓ ସୁନା, ଏବଂ ଘରେ ନଗଦ ଏତେ ଟଙ୍କା କିପରି ରଖିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • Garvita Odia

    Related Posts

    ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

    କସିଆ: ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗାଁରେ ଅଭାବନୀୟ ଘଟଣା । ଶନିବାର ମଧ୍ୟରାତ୍ରରେ ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତ ମହିଳା ଗୋପୀନାଥ ଜେନାଙ୍କ ସ୍ତ୍ରୀ ଗୁରୁବାରୀ (୪୦ ବର୍ଷ)ବୋଲି ଜଣାପଡିଛି। ସୂଚନା…

    କର୍ପୋରେଟର ଅମରେଶ ଜେନା ଗିରଫ

    ଭୁବନେଶ୍ୱର : ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି । ବାଲେଶ୍ୱରରୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଶନିବାର ଅମେରଶ ଜେନାଙ୍କ ୫ ଜଣ ସହଯୋଗୀକୁ ମଧ୍ୟ ଗିରଫ କରିଛି ପୋଲିସ । ଗତ…

    Leave a Reply

    Your email address will not be published. Required fields are marked *

    You Missed

    ୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

    ୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

    ଦଳାଚକଟା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

    ଦଳାଚକଟା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

    ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଜଳସ୍ତର

    ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଜଳସ୍ତର

    ବଲାଙ୍ଗିରରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

    ବଲାଙ୍ଗିରରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

    ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

    ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

    ବିଜେଡିରୁ ନିଲମ୍ବିତ ହେଲେ ଅମରେଶ ଜେନା

    ବିଜେଡିରୁ ନିଲମ୍ବିତ ହେଲେ ଅମରେଶ ଜେନା