ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଜଳସ୍ତର

ବସ୍ତା/ଅମର୍ଦ୍ଦାରୋଡ଼: ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର। ରାଜଘାଟରେ ୯.୫୫ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଅତିକ୍ରମ କରିଛି। ବସ୍ତା ବ୍ଲକର ୮ ଓ ସଦର ବ୍ଲକର ଦୁଇଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବାଲିଆପାଳ , ଭୋଗରାଇ ଓ ଜଳେଶ୍ଵର ଅଞ୍ଚଳ ସମ୍ପୂର୍ଣ୍ଣ ପାଣିଘେରରେ ରହିଛି। ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟା ଜଳ। ଆଖୁଆପଦାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ପାଣିଘେରରେ ରହିଛି। ଅନ୍ୟପଟେ ବଣାଇ ଲହୁଣିପଦା-ବାହାଡାପଶି ରାସ୍ତାର ସୀମା ଜୋର ନିକଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ନେଇ ଲାଲେଇ, ଜକେଇକଳା ଏବଂ ଜଙ୍ଗଳା ଗାଁଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

  • Related Posts

    ଆଜି ସନ୍ଧ୍ୟାରୁ ବଢ଼ିପାରେ ବର୍ଷା

    ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ ଲାଗି ରହିବ । ବିଶେଷ କରି ଗୁରୁବାର ସନ୍ଧ୍ୟାରୁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ।ଗତ କିଛିଦିନ ଧରି ଓଡ଼ିଶାରେ ଲଗାଣ…

    Continue reading
    ହୀରାକୁଦ ଅଞ୍ଚଳରେ ସମନ୍ୱିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

    ଭୁବନେଶ୍ୱର: ପ୍ରକୃତି, ସଂସ୍କୃତି ଓ ସାହସିକ ପର୍ଯ୍ୟଟନର ସମନ୍ୱୟରେ ହୀରାକୁଦକୁ ଏକ ସ୍ଥାୟୀ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏହି ପରିପ୍ରେକ୍ଷୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ