ଠକ ଗ୍ୟାଙ୍ଗ୍‌ର ୫ ଗିରଫ

ଭୁବନେଶ୍ବର: ପୋଲିସ କବଜାରେ ଠକ ଗ୍ୟାଙ୍ଗ। ଠକ ଗ୍ୟାଙ୍ଗ୍‌ର ୫ ଜଣକୁ ଗିରଫ କଲା ପୋଲିସ। ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୪ ପୁରୁଷ ଅଛନ୍ତି।ଏମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା, ମୋବାଇଲ ଫୋନ୍, ନକଲି ନୋଟ ସହ କିଛି କାଗଜ ପତ୍ର ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ଅଭିନବ ଉପାୟରେ ଲୁଟ୍ କରୁଥିଲେ। ଏମାନେ ଘରକୁ ଘର ବୁଲି ନିଜ ପାଖରେ କଳାଧନ ଥିବା କହୁଥିଲେ। ଆଉ ଏହି କଳାଧନକୁ ବଦଳାଇଲେ ଦୁଇଗୁଣା ଟଙ୍କା ମଧ୍ୟ ଦେବାକୁ କହୁଥିଲେ। ହେଲେ ସେହି ଟଙ୍କା ଥିଲା ପୂରା ନକଲି ।ତେବେ ଗତ ଫେବ୍ରୁଆରୀ ମାସରେ ଭରତପୁର ଥାନା ଏବଂ ନୟାପଲ୍ଲୀ ଥାନା ଅଞ୍ଚଳରେ ଏଭଳି ଠକେଇ ମାମଲା ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଥିବାବେଳେ। ଏବେ ଆଉ ୫ ଜଣକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିସିପି। ଏମାନଙ୍କୁ ଅନୁଗୁଳ ଗଞ୍ଜାମ କଟକ ଅଞ୍ଚଳରୁ ଗିରଫ କରାଯାଇଛି।

  • Garvita Odia

    Related Posts

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ହେବା ଘଟଣାରେ କଂଗ୍ରେସ କମିଟି ଗଠନ କରାଯାଇଛି । ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସସ୍ମିତା ବେହେରାଙ୍କ ନେତୃତ୍ୱରେ ୬ ଜଣିଆ କମିଟି…

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    କୋକସରା: କଳାହାଣ୍ଡି ଜିଲା କୋକସରା ବ୍ଳକ ଆମପାଣି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଆମପାଣି ଥାନା ଅଞ୍ଚଳର ଜଣେ…

    Leave a Reply

    Your email address will not be published. Required fields are marked *

    You Missed

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର