ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

ଭୁବନେଶ୍ୱର: ଏଫ୍‌ଏମ୍‌ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ିହେବାର ସପ୍ତାହେ ପରେ ପୁଣି ଘଟିଲା ବଳଙ୍ଗା ନାବାଳିକା ପୋଡ଼ି ମାମଲା ଯାହାକୁ ନେଇ ଖୋଲାରେ ପେଟ୍ରୋଲ୍‌ ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ଏ ନେଇ କଟକଣା ଜାରି କରିବାକୁ ଯୋଜନା କରାଯାଉଛି । ଏନେଇ ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ପେଟ୍ରୋଲ୍ ପମ୍ପ ସଂଘ ଓ ବିଭାଗୀୟ ଅଧିକାରୀ ସାମିଲ୍‌ ହେବେ। କୃଷକ, ନୌକା ଚାଳକ ଜେନେରେଟର ପାଇଁ କିପରି ପାଇବେ ତେଲ। ସେନେଇ ନୂଆ ଗାଇଡଲାଇନ ଆଣିବା ପାଇଁ ବୈଠକରେ ଆଲୋଚନା ହେବ।
ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଖୋଲା ପେଟ୍ରାଲ ଓ ଡିଜେଲ ବିକ୍ରି ଉପରେ କଟକଣା ପାଇଁ ଖୁବ୍‌ ଶୀଘ୍ର ଗାଇଡ୍‌ଲାଇନ୍‌ ଆସିବ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଖୋଲାରେ ଏସିଡ୍‌ ବିକ୍ରି ହେଉଥିଲା । ଫଳରେ ଜଗତସିଂହପୁରର ପ୍ରମୋଦିନୀ ରାଉଳଙ୍କଠୁ ଆରମ୍ଭ କରି କିଛି ଛାତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ପରେ ରାଜ୍ୟରେ ଖୋଲାରେ ଏସିଡ୍‌ ବିକ୍ରି ନେଇ କଟକଣା ଆଣିବାକୁ ସରକାର ବାଧ୍ୟ ହୋଇଥିଲେ । ସେହିପରି ଏବେ ଏସିଡ୍‌ ଭଳି ପେଟ୍ରୋଲ ବି ସାଜିଲାଣି ମାରାତ୍ମକ । ପେଟ୍ରୋଲ ନିଆଁରେ ଜଳୁଛନ୍ତି ମହିଳା । ଅତି ସହଜରେ ହାତ ପାଆନ୍ତାରେ ପେଟ୍ରୋଲ ମିଳୁଥିବାରୁ ଏଭଳି ଅଘଟଣ ଘଟୁଥିବା ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେଣୁ ରାଜ୍ୟରେ ଖୋଲାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ୍‌ ବିକ୍ରି ଉପରେ କଟକଣା ଜାରି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ତେଣୁ ଯୋଗାଣ ବିଭାଗ ଖୁବ୍‌ ଶୀଘ୍ର ଏକ ଗାଇଡ୍‌ଲାଇନ୍‌ ଆଣିବାକୁ ଯାଉଛି । ପେଟ୍ରୋଲ ପମ୍ପ ଏପରିକି ରାସ୍ତାକଡ଼ରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ, ଡିଜେଲ ଓ କିରାସିନି ବିକ୍ରି ବାରଣ ଥିବା ବେଳେ ସବୁଠି ଏହି କାରବାର ଚାଲୁଛି ଯାହାକୁ ନେଇ ସାଧାରଣରେ ଚିନ୍ତା ବଢିଛି । ତେବେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନ ଦେବାକୁ ନିୟମ ଥିଲେ ବି କାହିଁକି ନିୟମ ପାଳନ ହେଉନି ବୋଲି ପେଟ୍ରାଲ ପମ୍ପ ମାଲିକ ସଂଘ ପାଲଟା ପ୍ରଶ୍ନ କରିଛି । ଏଣିକି କେବଳ ଗାଡ଼ି ନେଇଆସିଥିବା ଲୋକଙ୍କୁ ହିଁ ପେଟ୍ରୋଲ ଦେବୁ ବୋଲି ମାଲିକ ସଂଘ ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି । ରାଜ୍ୟ ସରକାର ବେଆଇନ କାରବାର ରୋକିବା ଲାଗି ପଦକ୍ଷେପ ନେବାକୁ ସଂଘ ଦାବି କରିଛି।

  • Related Posts

    ସନ୍ଥ ଗୁରୁ ଶ୍ରୀ ରବିଦାସ ମହାରାଜଙ୍କ ଜୀବନ, ଦର୍ଶନ ବ୍ୟାପକ ଭାବେ ପ୍ରଚାର କରାଯିବ: ମନମୋହନ

    ଭୁବନେଶ୍ୱର,: ତ୍ରୟୋଦଶ – ଚତୁର୍ଦ୍ଦଶ ଶତାଦ୍ଦୀ ବେଳକୁ ବାହ୍ୟ ଶତୃଙ୍କ ଆକ୍ରମଣ ଏବଂ ଧର୍ମାନ୍ତୀରଣ ପ୍ରକ୍ରିୟା କାରଣରୁ ସାମାଜିକ ବୈଷମ୍ୟ ଓ ଜାତିଭେଦର ଅସ୍ପୃଶ୍ୟତା ପ୍ରମୁଖ ଶିଖରରେ ପହଁଚିଥିଲା । ସାମଗ୍ରିକ ଭାବେ ସତାନତ ଧର୍ମ ମଧ୍ୟ ବହୁ ଆହ୍ୱାନର ସମ୍ମୁଖୀନ…

    Continue reading
    ‘ଓଡ଼ିଶା ଫୁଡ୍ ପ୍ରୋ 2026:ମୋଟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହିତ ନିବେଶ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା ଉତ୍ପାଦନ, ବୟନଶିଳ୍ପ, ଇଞ୍ଜିନିୟରିଂ ଏବଂ ଆଲୁମିନିୟମ କ୍ଷେତ୍ରରେ ବିପୁଳ ସୁଯୋଗ ‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍‌ସୋ ସହିତ ୪୬ଟି ଉଚ୍ଚସ୍ତରୀୟ ବୈଠକ, ମୋଟ ୨୦୮ଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ