
ଭୁବନେଶ୍ୱର: ନିଟ୍ ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ନିର୍ଦ୍ଦେଶରେ ଧର୍ମେନ୍ଦ୍ରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ବିଜେଡି । ଏମିତିକି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଧ୍ୟ ବିଜେଡିର ଛାମୁଆ ସଂଗଠନ ପକ୍ଷରୁ ବିରୋଧର ସମ୍ମୁଖୀନ ହେଉଛନ୍ତି ଏହି ବିଜେପି ନେତା । କିନ୍ତୁ ଆଜି ଧର୍ମେନ୍ଦ୍ର ସୁଯୋଗ ଦେଖି ନବୀନଙ୍କୁ ଟାର୍ଗେଟ କରିଛନ୍ତି ।
ସମ୍ବଲପୁର ଜିଲ୍ଲା ସ୍ଥିତ ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନର ଉଦ୍ଘାଟନ ଏବଂ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ ଉତ୍ସବରେ ଯୋଗ ଦେଇଥିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବରିଷ୍ଠ ବିଜେଡି ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଛନ୍ତି । ସଭା ମଞ୍ଚରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ।
ଧର୍ମେନ୍ଦ୍ର କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓ ଜନସାଧାରଣଙ୍କ ଆଶୀର୍ବାଦରୁ କେନ୍ଦ୍ରରେ 12 ବର୍ଷ କେନ୍ଦ୍ରମନ୍ତ୍ରୀ ରହିଥିଲି । ଓଡ଼ିଆ ଲୋକଙ୍କ ମୁଣ୍ଡ କେବେ ତଳକୁ କରିଛି କି ବୋଲି ପ୍ରଶ୍ନ କରିଛନ୍ତି । ସାମିଲ ହୋଇଥିବା କାର୍ଯ୍ୟକ୍ରମକୁ ଆସିବାକୁ ଡରୁଥିଲି । ବିଜେଡି ସଭାପତି ନବୀନ ପଟ୍ଟନାୟକ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବଦମାସ ଲୋକ । ନବୀନ ବାବୁ କହୁଛନ୍ତି ତାଙ୍କୁ ଓଡ଼ିଶାର କୁଳାଙ୍ଗାର ।
ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, “ଦୁଇଟି ଛୋଟିଆ ଭାଇ ଭଉଣୀଙ୍କୁ କାମରେ ଲଗାଇଛନ୍ତି । ମୋତେ ବିରୋଧ କରି ଯଦି ସେମାନେ ନେତା ହୋଇପାରିବେ ତାହାଲେ ଭଲ । ସେମାନେ ମୋତେ ଗୋ-ବ୍ୟାକ୍ କହୁଛନ୍ତି । ମୁଁ ହଳିଆ ଲୋକ ସମ୍ବଲପୁରରେ ରହିଲି । ଗୋ-ବ୍ୟାକ୍ କହିଲେ ବି ଆସିବି ।”
ଧର୍ମେନ୍ଦ୍ର ପୁଣି କହିଛନ୍ତି ଯେ, ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାର ଭଲ କାମ କରୁ ବା ନକରୁ, ସମ୍ମାନ ହାନି ଭଳି ପାପ କାମ କରିବିନାହିଁ । ପ୍ରସନ୍ନ ଭାଇଙ୍କ ନେତା ମୋତେ କୁଳାଙ୍ଗର କହିବା ସହ ଗୋ-ବ୍ୟାକ କହୁଛନ୍ତି । କିନ୍ତୁ ସେ ରେଢ଼ାଖୋଲ ଆସିବାକୁ ଅନୁମତି ଦେଇଛନ୍ତି । ଆସିବା ପୂର୍ବରୁ ମୁଁ ତାଙ୍କୁ ପଚାରିକି ଆସିଛି । ସାଢ଼େ 4 କୋଟି ଲୋକଙ୍କ ମୁଣ୍ଡ ତଳକୁ କରିନାହିଁ । ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ମୋ ଉପରେ ଅଛି । ପ୍ରସନ୍ନ ଭାଇ କହିଲେ ତମେ ଆସ ଆମେ ସ୍ୱାଗତ କରିବୁ । ମୁଁ ତାଙ୍କ ଅନୁମତି ନେଇ ଏଠିକି ଆସିଛି ।




